Author: TRUPTIMAYEE SAHOO

ଗତ ମାସରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣା ଏଭିଏସନ ଇଣ୍ଡଷ୍ଟ୍ରିରେ ଏକ ପୁରୁଣା ବିତର୍କକୁ ପୁଣି ଜୀବନ୍ତ କରିଦେଇଛି । ଏହି ବିତର୍କ ବିମାନର କକପିଟରେ ଭିଡିଓ କ୍ୟାମେରା ଲଗାଇବା ସମ୍ପର୍କିତ । ବର୍ତ୍ତମାନ ବିମାନ ଦୁର୍ଘଟଣା ତଦନ୍ତ ପାଇଁ କକପିଟ ଭଏସ୍ ରେକର୍ଡର ଏବଂ ଫ୍ଲାଇଟ୍ ଡାଟା ରେକର୍ଡରର ବ୍ୟବହାର ହେଉଛି । ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଉପରେ ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ଏହି ବିତର୍କକୁ ଆହୁରି ବଳ ମିଳୁଛି ଯେ ଭିଡିଓ କ୍ୟାମେରା ଲଗାଇଲେ ପାଇଲଟଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖାଯାଇପାରିବ । କିନ୍ତୁ, ପାଇଲଟଙ୍କର ଏକ ଗୋଷ୍ଠୀ ଏହି ଦାବିର ବିରୋଧ କରୁଛନ୍ତି । କକପିଟରେ ଭିଡିଓ କ୍ୟାମେରା ଲଗାଇବାର ଯୁକ୍ତି ଦୃଢ଼ ଏକ ରିପୋର୍ଟ ଅନୁଯାୟୀ, ଏଭିଏସନ ଇଣ୍ଡଷ୍ଟ୍ରିର ଜଣେ ବଡ଼ ନାମ ଏବଂ ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନର…

Read More