Author: TRUPTIMAYEE SAHOO

ରାଉରକେଲାରେ ଏକ ହୋଟେଲର ନାଁ ଅପନା ହୋଟେଲ। ଅପନା ବ୍ୟାଙ୍କ ବି ଅଛି । ହିନ୍ଦୀରେ ଏକ କମେଡି ଫିଲ୍ମର ନାଁ ଅପ୍‌ନା ସପ୍‌ନା ମନି ମନି । ସେମିତି ବିଜୁ ଜନତା ଦଳର ବୋଲି ନିଜସ୍ୱ ବୋଇଲେ ଅପ୍‌ନା ହସ୍ପିଟାଲ ବି ଅଛି । ସେଇଟା ଆପୋଲୋ ହସ୍ପିଟାଲ । ନବୀନ ବାବୁଙ୍କ ସମୟରେ ବିଶ୍ୱସ୍ତରୀୟ ହସ୍ପିଟାଲ କଟକରେ ନିର୍ମାଣ କରାଗଲା । କ୍ୟାପିଟାଲ ହସ୍ପିଟାଲକୁ ବି ବିଶ୍ୱ ସ୍ତରର ଟିକେ ତଳେ ରଖାଗଲା । କିନ୍ତୁ ବିଜେଡି ନେତାମାନଙ୍କ ପ୍ରଥମ ପସନ୍ଦ ଆପୋଲୋ । ବୁଧବାର ଦିନ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାର ପ୍ରତିବାଦ କରି ବିଜୁ ଜନତା ଦଳ ଲୋକସେବା ଭବନ ଘେରାଉ କଲା । ପୁଲିସ ସହ ଧସ୍ତାଧସ୍ତି ହେଲା । କିଛି ବଡ଼ ନେତା ଓ ସହାୟକ କର୍ମୀମାନେ ଆହତ ହେଲେ। ସମସ୍ତେ ତୁରନ୍ତ ଚାଲିଲେ ଆପୋଲୋ । ଅଳ୍ପ ଆଘାତ ହେଉ କି ବେଶୀ…

Read More