Author: TRUPTIMAYEE SAHOO

ଅପରେସନ ସିନ୍ଦୂର ପରେ ଭାରତ ଏହାର ପ୍ରତିରକ୍ଷା କ୍ଷେତ୍ରକୁ ମଜଭୁତ କରିବାରେ ଲାଗିଛି । ସଦ୍ୟ ଘଟଣାରେ ଏହା ଏକ ନୂଆ ହାଇପରସୋନିକ୍ କ୍ରୁଜ୍ ମିସାଇଲ୍ ପ୍ରସ୍ତୁତ କରିଛି । ଯାହା ବ୍ରହ୍ମୋସଠାରୁ ଅଧିକ ଦ୍ରୁତ ଏବଂ ଅଗ୍ନି କ୍ଷେପଣାସ୍ତ୍ରଠାରୁ ଅଧିକ ଘାତକ । ଏହାର ଗତି ଶବ୍ଦ ବେଗଠାରୁ ୮ ଗୁଣା ଅଧିକ। ୧୫ ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ଏହା ଶତ୍ରୁପକ୍ଷକୁ ଟାର୍ଗେଟ୍ କରିପାରିବ । ‘ପ୍ରୋଜେକ୍ଟ ବିଷ୍ଣୁ’ ଅଧୀନରେ ଏହି ‘ଏକ୍ସଟେଣ୍ଡେଡ୍ ଟ୍ରାଜେକ୍ଟୋରି ଲଙ୍ଗ୍ ବ୍ୟୁରେସନ ହାଇପରସୋନିକ୍ କ୍ରୁଜ ମିସାଇଲ ବା ଇଟି- ଏଲ୍‌ଏନ୍‌ସିଏମ୍’କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଦ୍ଵାରା ପ୍ରସ୍ତୁତ କରାଯାଇଛି ।  ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ଅପରେସନ ସିନ୍ଦୂର ଚଳାଇଥିଲା । ଏହାପରେ ଦୁଇଦେଶ ମଧ୍ୟରେ ସଂକ୍ଷିପ୍ତ ମୁହାଁମୁହିଁ ହୋଇ ଯୁଦ୍ଧବିରତି ହୋଇଥିଲା । ସେବେଠାରୁ ଭାରତ ଏହାର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ…

Read More