Author: TRUPTIMAYEE SAHOO

ରକ୍ତାଭାବ ହେଉଛି ବିଶ୍ୱର ଏକ ବଡ଼ ସମସ୍ୟା । ଏହା ହେତୁ ବିଶ୍ୱରେ ବହୁ ସଂଖ୍ୟାରେ ମୃତ୍ୟୁ ଘଟୁଛି । କିନ୍ତୁ ଏବେ ଏହା ଆଉ ହେବ ନାହିଁ, କାରଣ ଜାପାନ ଏପରି ଏକ ବାଇଗଣି ରଙ୍ଗର କୃତ୍ରିମ ରକ୍ତ ତିଆରି କରିଛି, ଯାହା ଗେମ ଚେଞ୍ଜର ସାବ୍ୟସ୍ତ ହେବ । କହିହେବ ଯେ ଜାପାନ ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଯୁଗର ଆୟାରମ୍ଭ କରିଛି, ଯାହା ଗେମ ଚେଞ୍ଜର ହେବ । ଏହି କୃତ୍ରିମ ରକ୍ତକୁ ହିମୋଗ୍ଲୋବିନ ଭେସିକଲସ (ଏଚବିଭିଏସ) ନାମରେ ଜଣାଯାଏ । ଏହି ରକ୍ତର ଅନେକ ବିଶେଷତ୍ୱ ରହିଛି । ଏହା ଏକ ଏପରି କୃତ୍ରିମ ରକ୍ତ, ଯାହା ପ୍ରକୃତ ରକ୍ତ ପରି ଅମ୍ଳଜାନକୁ ଶରୀରର ପ୍ରତ୍ୟେକ ଅଙ୍ଗକୁ ପହଞ୍ଚାଇବାରେ ସକ୍ଷମ । ଏହା ହିମୋଗ୍ଲୋବିନ ଉପରେ ଆଧାରିତ, ଯାହା ଲାଲ ରକ୍ତ କଣିକାର ସେହି ଅଂଶ ଯାହା ଅମ୍ଳଜାନକୁ ବାନ୍ଧି ନେଇଯାଏ । ଜାପାନର ଏହି…

Read More