Author: TRUPTIMAYEE SAHOO

ୟୁକ୍ରେନ୍ ଉପରେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଆକ୍ରମଣ ଚଳାଇଥ‌ିବାବେଳେ ଯୁଦ୍ଧବିରତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୀର୍ଘଦିନର ଉଦ୍ୟମ ସତ୍ତ୍ୱେ ଏଥିରେ କୌଣସି ଅଗ୍ରଗତି ଘଟିନାହିଁ । ବରଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋର୍‌ଦାର କରିଚାଲିଛନ୍ତି । ତେଣୁ ମସ୍କୋକୁ ଅସ୍ତ୍ରବିରତି ପାଇଁ ବାଧ୍ୟ କରିବା ନିମନ୍ତେ ଏହାର ଶକ୍ତି ରାଜସ୍ଵକୁ ଟାର୍ଗେଟ କରି ୟୁରୋପୀୟ ସଂଘ (ଇୟୁ) ଶୁକ୍ରବାର ଏହା ଉପରେ ଅନେକ ନୂଆ କଟକଣା ଲଗାଇଛି । ରୁଷିଆର ନର୍ଡ ଷ୍ଟ୍ରିମ୍ ଗ୍ୟାସ୍‌ ପାଇପ୍‌ଲାଇନ କାରବାର ଉପରେ ନିଷେଦ୍ଧାଦେଶ ଲଗାଯିବା ସହ ଏହାର ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଇଥିବା ଇୟୁର ବିଦେଶ ନୀତି ମୁଖ୍ୟ କାଜା କଲାସ କହିଛନ୍ତି । ୟୁରୋପ ୟୁକ୍ରେନ୍‌କୁ ସମର୍ଥନରୁ ଓହରିଯିବ ନାହିଁ ବୋଲି ଏହି ବାର୍ତ୍ତାରୁ ସ୍ପଷ୍ଟ ହୋଇଛି । ରୁଷିଆ ଯୁଦ୍ଧ ବନ୍ଦ ନ କରିବା ପର୍ଯ୍ୟନ୍ତ ଏହା ଉପରେ ଚାପ…

Read More