Author: TRUPTIMAYEE SAHOO

ଭାରତରେ NCERTର ଅଷ୍ଟମ ଶ୍ରେଣୀର ଇତିହାସ ପୁସ୍ତକରେ ଆକବର ଓ ଔରଙ୍ଗଜେବଙ୍କ ଶାସନକାଳ ବିଷୟରେ ଦୃଷ୍ଟିକୋଣରେ ପରିବର୍ତ୍ତନ ହୋଇଛି, ଯାହା ଉପରେ ବିବାଦ ମଧ୍ୟ ଆରମ୍ଭ ହୋଇଛି । ପୁସ୍ତକରେ ଆକବରଙ୍କ ଶାସନକୁ ଅନ୍ୟ ଧର୍ମ ପ୍ରତି ନିଷ୍ଠୁରତା ଓ ସହିଷ୍ଣୁତାର ମିଶ୍ରଣ ବୋଲି ବର୍ଣ୍ଣନା କରାଯାଇଛି । ଆଉ ଔରଙ୍ଗଜେବଙ୍କୁ ଧାର୍ମିକ କଟ୍ଟର ନୀତି ଅବଲମ୍ବନ କରୁଥିବା ଶାସକ ବୋଲି କୁହାଯାଇଛି । ପାକିସ୍ତାନର ବିଦ୍ୟାଳୟ ପାଠ୍ୟପୁସ୍ତକରେ ଔରଙ୍ଗଜେବଙ୍କ ପ୍ରଶଂସା ହୁଏ, କିନ୍ତୁ ଆକବରଙ୍କୁ ନିନ୍ଦା କରାଯାଏ । ଅନ୍ୟପକ୍ଷରେ ବାଂଲାଦେଶରେ ଏହାର ଓଲଟା ଦେଖିବାକୁ ମିଳେ । ଆସନ୍ତୁ ଜାଣିବା ପାକିସ୍ତାନ ଓ ବାଂଲାଦେଶ ମୋଗଲ ଯୁଗର ଦୁଇ ଶାସକଙ୍କୁ ନେଇ କଣ ମନୋଭାବ ରଖନ୍ତି ?  NCERTର ଅଷ୍ଟମ ଶ୍ରେଣୀ ପୁସ୍ତକରେ ଆକବରଙ୍କ ଧାର୍ମିକ ସହିଷ୍ଣୁତା ନୀତି, ଯେପରିକି ଜଜିୟା କର ଉଠାଇ ଦେବା ଓ ଦୀନ-ଇ-ଇଲାହୀର ପ୍ରଚଳନ, ଉପରେ ଜୋର ଦିଆଯାଇଛି । ପୁସ୍ତକରେ ଔରଙ୍ଗଜେବଙ୍କୁ…

Read More