Author: TRUPTIMAYEE SAHOO

ଉଚ୍ଚ ଶିକ୍ଷାନୁଷ୍ଠାନର ପରିସରରେ ବା କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । କାହିଁକି ଏଭଳି ଘଟଣା ଘଟୁଛି, କିଭଳି ରୋକାଯାଇ ପାରିବ ଓ କ’ଣ ପଦକ୍ଷେପ ନିଆଯିବ  ସୁପ୍ରିମକୋର୍ଟ ଏକ ଜାତୀୟ ଟାସ୍କଫୋର୍ସ ବା ଏନଟିଏଫ ଗଠନ କରିବା ସହିତ ଉଭୟ କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ସରକାର ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ଆଇଆଇଟିର ୨ଜଣ ଛାତ୍ର, ଖଡଗପୁର ଆଇଆଇଟିର ଜଣେ ଏବଂ ରାଜସ୍ଥାନ କୋଟାରେ ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ଅଭିଭାବକଙ୍କ ପକ୍ଷରୁ କରାଯାଇଥ‌ିବା ମାମଲା ଉପରେ ସୁପ୍ରିମକୋର୍ଟ ସାରା ଦେଶରେ ଘଟୁଥ‌ିବା ଏଭଳି ଘଟଣାକୁ ବିଚାରକୁ ନେଇଛନ୍ତି । ଅବସରପ୍ରାପ୍ତ ବିଚାରପତି ନ୍ୟାୟମୂର୍ତ୍ତି ଏସ. ରବୀନ୍ଦ୍ର ଅଧ୍ୟକ୍ଷତାରେ କରାଯିବ ବୋଲି ଜଣାଯାଇଛି । ସୁପ୍ରିମକୋର୍ଟରେ ବିଚାରପତି ଜଷ୍ଟିସ ଜେ.ବି. ପାରଦିୱାଲ ଏବଂ ଆର, ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ…

Read More