Author: TRUPTIMAYEE SAHOO

ଗୁଜରାଟର ବନାସକାଣ୍ଠା ଜିଲ୍ଲାର ଏକ ଗାଁର ପ୍ରାୟ ୨୯ଟି ପରିବାର ୧୧ ବର୍ଷ ଧରି ନିଜ ଭିଟାମାଟିକୁ ଝୁରୁଥିଲେ। କିନ୍ତୁ ଏବେ ଜଣେ ଯୁବ ଆଇପିଏସ ଅଧିକାରୀଙ୍କ ପ୍ରୟାସ ପରେ ସମସ୍ତେ ନିଜ ଘରକୁ ଫେରିଛନ୍ତି ଏବଂ ସେମାନଙ୍କର ଶୂନ୍ୟ ପଡ଼ିଥିବା ଅଗଣାରେ ପୁଣି ଥରେ ହସଖୁସିର ଗୁଞ୍ଜରଣ ସୃଷ୍ଟି ହୋଇଛି । ଏହି ପରିବାରଗୁଡ଼ିକର ବର୍ଷ ବର୍ଷ ଧରି ଉଜୁଡ଼ା ପଡ଼ିଥିବା ଜମି ଏବେ ଫସଲରେ ହସି ଉଠିଛି । ଏହି ସମସ୍ତ ପରିବାରଙ୍କୁ ସେମାନଙ୍କ ଗାଁରୁ ବାହାର କରି ଦିଆଯାଇଥିଲା, ଯେଉଁଥିପାଇଁ ସେମାନେ ଅନ୍ୟ ସ୍ଥାନରେ ରହି ଶ୍ରମିକ ଭାବେ ଜୀବନଯାପନ କରୁଥିଲେ। ୧୧ ବର୍ଷ ପୂର୍ବେ ବନାସକାଣ୍ଠାର ଆଦିବାସୀ ଅଞ୍ଚଳରେ ଥିବା ମୋଟା ପିପୋଦରା ଗାଁରେ ୨୯ଟି ପରିବାରର ପ୍ରାୟ ୩୦୦ ଲୋକଙ୍କୁ ସାମାଜିକ ବହିଷ୍କାର କରାଯାଇଥିଲା । ଏଠାରେ ଏକ ପାରମ୍ପରିକ ଆଦିବାସୀ ନ୍ୟାୟ ବ୍ୟବସ୍ଥା ‘ଛଡ଼ୋତରା’ ଅନୁଯାୟୀ ଏହି ଲୋକମାନଙ୍କୁ ରାତାରାତି ଗାଁ ଛାଡ଼ିବାକୁ…

Read More