Author: TRUPTIMAYEE SAHOO

ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ କମ୍ । ଏହା ମଧ୍ୟରେ ମୁସଲିମ ମହିଳାଙ୍କ ପ୍ରତିନିଧିତ୍ଵ ଆହୁରି କମ୍ । ସ୍ଵାଧୀନତା ପରବର୍ତ୍ତୀ ଭାରତରେ ବର୍ତ୍ତମାନ ସୁଦ୍ଧା କେବଳ ୧୮ଜଣ ମୁସଲିମ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୧୩ଜଣ ରାଜନୈତିକ ପରିବାରରୁ ଆସିଛନ୍ତି । ଆଗାମୀ ଦିନରେ ଲୋକାର୍ପଣ ହେବାକୁ ଥିବା ଲେଖକ ରସିଦ କିଦଇ ଓ ଅମ୍ବର କୁମାର ଘୋଷଙ୍କ ଦ୍ଵାରା ରଚିତ ପୁସ୍ତକ ‘ମିସିଂ ଫ୍ରମ୍ ଦି ହାଉସ୍-ମୁସଲିମ ୱିମ୍ୟାନ୍‌ ଇନ୍ ଦି ଲୋକସଭା’ରେ ଉପରୋକ୍ତ ପ୍ରସଙ୍ଗକୁ ନେଇ ଅନେକ ତଥ୍ୟ ରହିଛି । ଏହି ପୁସ୍ତକ ଆସନ୍ତା ମାସରେ ପ୍ରକାଶ ପାଇବ । ଲେଖକ ନିଜର ପୁସ୍ତକର ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୧୯୫୧-୫୨ରେ ସ୍ଵାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ହୋଇଥିଲା । ସେହି ସମୟରୁ ବର୍ତ୍ତମାନ ସୁଦ୍ଧା ୧୮ଜଣ ମୁସଲିମ ମହିଳା ଲୋକସଭାକୁ ପ୍ରତିନିଧିତ୍ଵ କରିଛି…

Read More