Author: TRUPTIMAYEE SAHOO

ଦୀପ ତେଜିଲେ ହାତ ଚିକ୍କଣ । ଅନୁରୂପ ଭାବେ ଲୋକଙ୍କ ପାଇଁ ଆସୁଥିବା ଅର୍ଥକୁ ଖର୍ଚ୍ଚ କରିବାକୁ ଯାଇ ବାବୁ ମାନେ ନିଜ ଭୋଗ ବିଲାସରେ ବିନିଯୋଗ କରିବାରେ ଲାଗିଛନ୍ତି । ସରକାରୀ ଚାକିରୀକୁ ଅସ୍ତ୍ର କରି ବେଧଡକ ଚାଲିଛି ଲୁଟ ।ଲୋକଙ୍କ ସେବା ନୁହଁ ବରଂ ନିଜର ଲୋଭ ପାଇଁ କରାଯାଉଛି ବ୍ୟବହାର । ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି ବାବୁ । ଗତ ଜାନୁଆରୀ ୨୦୨୫ରୁ ଏପ୍ରିଲ ୨୦୨୫ ,୪ ମାସ ମଧ୍ୟରେ ବନ୍ଧାହେଲେଣି ୬୪ ବାବୁ । ଏପ୍ରିଲ ଠାରୁ ଜୁଲାଇ ୨୨ ମଧ୍ୟରେ ୨୦ ରୁ ଅଧିକ ସରକାରୀ ବାବୁଙ୍କୁ ଧରିଛି ଭିଜିଲାନ୍ସ । ପ୍ରତିଦିନ ବଢ଼ିବାରେ ଲାଗିଛି ଦୁର୍ନୀତି ଖୋର ବାବୁଙ୍କର ଲମ୍ବା ତାଲିକା । କାହାର ବିଳାସୀ ଗାଡି ସଉକ ତ କାହାର ସୁନା ଆଉ ଅନ୍ୟ ଧାତୁର ମୂଲ୍ୟବାନ ଅଳଙ୍କାର । କାହାର ଟଙ୍କାର ପାହାଡ଼ ଉପରେ ଶୋଇବାର ସଉକ ତ ଆଉ…

Read More