Author: TRUPTIMAYEE SAHOO

ଏଫ୍ଏମ୍ କଲେଜ୍‌ ଛାତ୍ରୀ ସୌମ୍ୟାଶ୍ରୀ ଓ ବଳଙ୍ଗାରେ ଜଣେ ନାବାଳିକାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ ବର୍ତମାନ ସମୟର ସବୁଠୁ ବେଶୀ ଚର୍ଚ୍ଚିତ ବିଷୟ। । ପୀଡ଼ିତା ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀରେ ଚିକିତ୍ସାଧୀନ ଅଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । କେତେ ଦିନ ପରେ ଅଭିଯୁକ୍ତ ଧରାପଡ଼ିବେ, ତେବେ ଦୋଷୀ ସାବ୍ୟସ୍ତ ହେବେ, କି ଦଣ୍ଡବିଧାନ ହେବ, ରାଜନୀତି କେଉଁ ମୋଡ଼ ନେବ, ତାହା ଭିନ୍ନ କଥା । କିନ୍ତୁ ଲଗାତାର ନିଆଁ ଓ ଜୀବନ ମୃତ୍ୟୁ ଭିତରେ ଆରମ୍ଭ ହୋଇଥିବା ଏହି ଅଭୂତପୂର୍ବ ନାରକୀୟ ଖେଳ ପାଇଁ ଶାନ୍ତି ପ୍ରିୟ ଓଡ଼ିଶା ଯେ ଜାତୀୟସ୍ତରରେ ନିନ୍ଦିତ ହୋଇଛି ଏହା ସ୍ଵୀକାର କରିବାକୁ ପଡ଼ିବ । ଦୁର୍ଯୋଗବଶତଃ ଦୁଇଟିଯାକ ଘଟଣା ଶନିବାର ଦିନ ହିଁ ଘଟିଛି । ଉପରୋକ୍ତ ଘଟଣାକୁ ରାଜନୀତି ବିଶାରଦମାନେ କେଉଁ ଦୃଷ୍ଟିରୁ ବିଶ୍ଲେଷଣ କରିବେ କେଉଁ ନିଷ୍କର୍ଷରେ ପହଞ୍ଚିବେ ତାହା ଅଳ୍ପବହୁତ ବୁଝାପଡ଼ୁଛି ।…

Read More