Author: TRUPTIMAYEE SAHOO

ମହିଳାମାନଙ୍କ ଉପରେ ଅତ୍ୟାଚାରକୁ ନେଇ ରାଜ୍ୟ ପଡ଼ୁଥିବା ଉଠୁଥିବା ବେଳେ ଗତ ଦୁଇ ଦିନ ହେଲା ବିଜେପି ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିବାରେ ଲାଗିଛନ୍ତି । ପ୍ରଥମେ ଆଇଏଏସ ସ୍ତରରେ ଅଦଳବଦଳ କରିଥିବା ବେଳେ ଗତ କାଲି ବିଳମ୍ବତ ରାତିରେ ଓଏଏସ ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ସମସ୍ତେ ଆଶା କରିଥିଲେ ଯେ ଏହି ଅଦଳବଦଳରେ ବିଜେପି ସରକାର ବିଜେଡିର ଗୋଡ଼ାଣିଆ ସାଜି ରାଜଧାନୀରେ ରହି ରାଜନୀତି କରୁଥିବା ଓଏଏସ ଅଫିସରମାନଙ୍କୁ ଭୁବନେଶ୍ୱର ବାହାରକୁ ବଦଳି କରିବେ । କାରଣ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବି କରି ଓଏଏସ ସଂଘ ରାଜ୍ୟ ସରକାରଙ୍କୁ ଅକଳରେ ପକାଇଥିଲା । ତେଣୁ ସମସ୍ତେ ଆଶା କରୁଥିଲେ ଏହି ଅଦଳବଦଳରେ ଏଭଳି ଅମାନିଆ ତଥା ବିଜେଡି ଇକୋ ସିଷ୍ଟମରେ କାମ କରୁଥିବା ଓଏଏସ ଅଫିସରଙ୍କୁ ସରକାର ବଦଳି କରିବେ । ସରକାର ଗତ କାଲି ବଦଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି…

Read More