Author: TRUPTIMAYEE SAHOO

ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଶିମ ମୁସା ନିହତ ହୋଇଛି । ଅପରେସନ ମହାଦେବ ଅଧୀନରେ ଭାରତୀୟ ସେନା ତାକୁ ଏବଂ ତାଙ୍କର ଅନ୍ୟ ଦୁଇ ସାଥିଙ୍କୁ ମୃତ୍ୟୁ ମୁଖକୁ ପଠାଇଛି। ପହଲଗାମର ଆତଙ୍କବାଦୀ ମୁସାକୁ ଚୀନୀ ଉପକରଣ ହିଁ ଧୋକା ଦେଇଛି । ଚୀନ୍ ନିର୍ମିତ ଅଲଟ୍ରାସେଟ ରେଡିଓ ଉପକରଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ମୁସା ଧରା ପଡ଼ିଥିଲା । କାଶ୍ମୀରରେ ଥିବା ତାଙ୍କର ସ୍ଥାନୀୟ ନେଟୱାର୍କ ମଧ୍ୟ ତାଙ୍କୁ ସାହାଯ୍ୟ କରିପାରି ନଥିଲା। ଏବେ ତାଙ୍କର ସ୍ଥାନୀୟ ସହାୟକମାନଙ୍କୁ ଖୋଜିବା ପାଇଁ ଚଢ଼ାଉ ଚାଲିଛି। ଏବେ ପ୍ରଶ୍ନ ହେଲା ଯେ, ପହଲଗାମର ଦୋଷୀ ହାଶିମ ମୁସା କେଉଁଠି ଲୁଚିଛି କେମିତି ଜଣା ପଡ଼ିଲା ? ଗୁଇନ୍ଦା ଏଜେନ୍ସିର ଜଣେ ଉଚ୍ଚ ଅଧିକାରୀଙ୍କ ଅନୁସାରେ, ସୁରକ୍ଷାବାହିନୀର ଗୁଇନ୍ଦା ନେଟୱାର୍କକୁ ସୂଚନା ମିଳିଥିଲା ଯେ ଦାଚିଗାମ ଜାତୀୟ ଉଦ୍ୟାନ ନିକଟରେ ଅଲଟ୍ରା ହାଇ ଫ୍ରିକ୍ୱେନ୍ସି ରେଡିଓ ଉପକରଣ ବ୍ୟବହାର କରାଯାଉଛି ।…

Read More