Author: TRUPTIMAYEE SAHOO

କରୋନା ମହାମାରୀର ପ୍ରତିକୂଳ ପରିବେଶରେ ୨୦୨୧ରେ ହେବାକୁ ଥିବା ଜନଗଣନା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା । ତେଣୁ ଦଶବର୍ଷର ବ୍ୟବଧାନରେ ହେବାକୁ ଥିବା ଜନଗଣନା ୧୬ ବର୍ଷ ପରେ ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଯାଉଛି । ଭୌଗୋଳିକ ଦୃଷ୍ଟିରୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥିବା ବରଫାବୃତ୍ତ ଲଦାଖ, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଜନଶୁଣାଣି ୨୦୨୬ ଅକ୍ଟୋବର ୧ରୁ ଆରମ୍ଭ ହେବ । ଗତ ସୋମବାର ଏଥିସକାଶେ କେନ୍ଦ୍ର ସରକାର ଗେଜେଟ୍‌‌ ବିଜ୍ଞପ୍ତି ଜାରି କରିଛନ୍ତି । ୧୯୪୮ ଜନଗଣନା ଆଇନ ଧାରା ୩ ଓ ୧୯୯୦ ନିୟମାବଳୀ ଭିତ୍ତିରେ ଏହି ଜନସୁମାରି କରାଯିବ । ଏହି ବିଜ୍ଞପ୍ତି ଜାରି ପରବର୍ତ୍ତୀ ସମୟଠାରୁ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ କୌଣସି ଥାନା, ଜିଲ୍ଲା, ତହସିଲ ପରିସର ବୃଦ୍ଧି କରାଯାଇପାରିବନାହିଁ । ଆଗାମୀ ଜନଗଣନା ଏହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଯେ ଜନସୁମାରି ସହିତ ଏକାସଙ୍ଗରେ ଜାତି ଗଣନା ହେବ…

Read More