Author: TRUPTIMAYEE SAHOO

ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଘୋଷଣା କରାଯାଇଛି । ନିର୍ବାଚନ କମିଶନ ଉପରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ସେ ନେଇ ରାଜନୈତିକ ମହଲରେ କଳ୍ପନା ଜଳ୍ପନା ଜୋର ଧରିଛି । ଧନଖଡ଼ ଯେଉଁଭଳି ବିଜେପି ନେତୃତ୍ୱକୁ ଅଡୁଆରେ ପକାଇଲେ ତାହାର ପୁନରାବୃତ୍ତି ଯେମିତି ନ ହେବ ଉଭୟ ମୋଦୀ ଓ ଶାହ ତାହା ଚହୁଁଛନ୍ତି । ଧନଖଡ଼ଙ୍କ ଇସ୍ତଫା ପରେ, ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଅଭିଜ୍ଞତା ଏବଂ ସାଂଗଠନିକ ଶକ୍ତିର ପ୍ରତୀକ ଥିବା ଏକ ନାମ ଉପରେ ସହମତି ପାଇବାକୁ ଚେଷ୍ଟା ଚାଲିଛି । ଖବର ଆସୁଛି ଯେ ଆରଏସଏସର ପୁରୁଣା ଏବଂ ବିଶ୍ୱସ୍ତ ଚେହେରା ଶେଷାଦ୍ରି ରାମାନୁଜନ ଚାରିଙ୍କ ନାମ ସର୍ବାଗ୍ରେ ଥିବା କୁହାଯାଉଛି । ଦକ୍ଷିଣ ଭାରତରୁ ଆସିଥିବା ଚାରିଙ୍କୁ କେବଳ ବୈଚାରିକ ଶକ୍ତି…

Read More