Author: TRUPTIMAYEE SAHOO

ଭାରତୀୟ ସାମଗ୍ରୀର ରପ୍ତାନି ଉପରେ ୫୦ ପ୍ରତିଶତ ଆମେରିକୀୟ ଶୁଳ୍କ ଲାଗୁ ହେବାର ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି । ୨୫ ଅଗଷ୍ଟରେ ଅହମ୍ମଦାବାଦରେ ଏକ ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ କ୍ଷୁଦ୍ର ଉଦ୍ୟୋଗୀ, ଦୋକାନୀ, ଚାଷୀ ଏବଂ ପଶୁପାଳନ ଚାଷୀଙ୍କ ସ୍ୱାର୍ଥ ତାଙ୍କ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା । ଆପଣଙ୍କୁ ଜଣାଇ ଦେଉଛୁ ଯେ ୨୭ ଅଗଷ୍ଟରୁ ଭାରତରୁ ସାମଗ୍ରୀର ରପ୍ତାନି ଉପରେ ୫୦ ପ୍ରତିଶତ ଆମେରିକୀୟ ଶୁଳ୍କ ଲାଗୁ କରାଯିବ। ଗୁଜରାଟର ଅହମ୍ମଦାବାଦରେ ଏକ ରୋଡ୍ ଶୋ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକାଶ କାର୍ଯ୍ୟର ଶିଳାନ୍ୟାସ କରିଥିଲେ ଏବଂ ଏହି ସମୟରେ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ଚାଷୀମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ,ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଦଳକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ପ୍ରାୟ ୬୫ ବର୍ଷ ଧରି…

Read More