Author: TRUPTIMAYEE SAHOO

ଗତ କିଛି ସପ୍ତାହ ଧରି ଯେଉଁ ପ୍ରସଙ୍ଗଟି ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ସଡ଼କ, ଆଲୋଚନା ମଞ୍ଚ ଏପରିକି ସର୍ବୋଚ୍ଚ ଅଦାଲତଙ୍କୁ ତର୍କ ବିତର୍କ ମୁଖର କରି ରଖିଆସିଛି, ତାହା ହେଲା ଭାରତୀୟ ସଡ଼କରେ ସର୍ବବିଦ୍ୟମାନ ଚତୁଷ୍ପଦ ବୁଲା କୁକୁରମାନଙ୍କ ଉପଦ୍ରବକୁ କେନ୍ଦ୍ର କରି। ଏହି ପ୍ରାଣୀଗୁଡ଼ିକ ଅଗତ୍ୟା ମନୁଷ୍ୟର ସର୍ବାଧିକ ବିଶ୍ଵାସୀ ବନ୍ଧୁ ରୂପେ ମଧ୍ୟ ଖ୍ୟାତ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀରେ କିଛି ବୁଲା କୁକୁରଙ୍କ ଆକ୍ରମଣ ହେତୁ ଗୋଟିଏ କୁନି ଝିଅ ମୃତ୍ୟୁ ବରଣ କରିବା ଭଳି ଏକ ଅତ୍ୟନ୍ତ ମର୍ମନ୍ତୁଦ ଅଘଟଣ ପରେ ବିଚଳିତ ମାନ୍ୟବର ସର୍ବୋଚ୍ଚ ଅଦାଲତ ନିଜଆଡୁ ସମସ୍ୟାଟିକୁ ବିଚାର ପରିସରଭୁକ୍ତ କରି ରାୟ ଦେଇଥିଲେ ଯେ ଆଠ ଦିନ ମଧ୍ୟରେ ପୌର ନିଗମ ପକ୍ଷରୁ ସହରର ସବୁ ବୁଲା କୁକୁରଙ୍କୁ ଟେକି ନେଇ କୁକୁର ଆଶ୍ରୟ ଗୃହଗୁଡ଼ିକରେ ଆବଦ୍ଧ କରାଯାଉ। କିନ୍ତୁ ଉପରୋକ୍ତ ରାୟ ଏଭଳି ବ୍ୟାପକ ବିରୋଧ, ପ୍ରତିବାଦ ଏବଂ ସାମାଜିକ ଗଣମାଧ୍ୟମ…

Read More