Author: TRUPTIMAYEE SAHOO

ମଙ୍ଗଳବାର ଦିନ, ଆମେରିକା ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବା ପାଇଁ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି। ଭାରତୀୟ ସମୟ ଅନୁସାରେ, ଏହି ଶୁଳ୍କ ବୁଧବାର, ଅଗଷ୍ଟ ୨୭ ସକାଳ ୯:୩୧ ରେ କାର୍ଯ୍ୟକାରୀ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୬ ଅଗଷ୍ଟରେ ରୁଷରୁ ତେଲ କିଣିବା ପାଇଁ ଦଣ୍ଡ ସ୍ୱରୂପ ଏହି ଶୁଳ୍କ ଘୋଷଣା କରିଥିଲେ। ସେହି ସମୟରେ, ବାଣିଜ୍ୟ ନିଅଣ୍ଟକୁ ଉଲ୍ଲେଖ କରି, ଅଗଷ୍ଟ ୭ ରୁ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରାଯାଇଥିଲା। ଅର୍ଥାତ୍, ବର୍ତ୍ତମାନ ଆମେରିକାକୁ ରପ୍ତାନି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ମୋଟ ଶୁଳ୍କ   ୫୦% ପର୍ଯ୍ୟନ୍ତ ହେବ। ମଙ୍ଗଳବାର ଦିନ ଜାରି ହୋଇଥିବା ନିର୍ଦ୍ଦେଶରେ ଲେଖାଯାଇଛି, ‘ଏହି ଡକ୍ୟୁମେଣ୍ଟର ତାଲିକାରେ ଉଲ୍ଲେଖ କରାଯାଇଥିବା ଶୁଳ୍କ ଭାରତରୁ ଆସୁଥିବା ସାମଗ୍ରୀ ଉପରେ ଲାଗୁ ହେବ। ଏହି ଜିନିଷଗୁଡ଼ିକୁ ବ୍ୟବହାର ପାଇଁ ଆମେରିକାକୁ ଅଣାଯିବ କିମ୍ବା ବ୍ୟବହାର ପାଇଁ…

Read More