Author: TRUPTIMAYEE SAHOO

ଓଡ଼ିଶାରେ ହାତୀଙ୍କ ପାଇଁ ଘାତକ ସାଜିଛି ବିଦ୍ୟୁତ୍ ତାର । ସମ୍ବଲପୁର, କଟକ, ଗଜପତି, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ପରି ଜିଲ୍ଲାରେ ବିଦ୍ୟୁତ୍ ଆଘାତରେ ବହୁ ସଂଖ୍ୟକ ହାତୀଙ୍କ ଜୀବନ ଯାଉଛି। କେବେ ଶିକାରୀଙ୍କ ଦ୍ବାରା ବିଛାଯାଇଥିବା ତାର ତ ଆଉ କେବେ ଝୁଲୁଥିବା ତାରରେ ଲାଗିବା ଦ୍ଵାରା ହାତୀ ପରି ବିଶାଳ ପ୍ରାଣୀ ଟଳି ପଡୁଥିବା ନଜରକୁ ଆସିଛି। ବର୍ଷକୁ ବର୍ଷ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୬ ବର୍ଷର ତଥ୍ୟକୁ ଦେଖିଲେ ଓଡ଼ିଶାରେ କେବଳ ବିଦ୍ୟୁତ୍ ଆଘାତରେ ୧୦୪ଟି ହାତୀ ଟଳି ପଡ଼ିଛନ୍ତି। ୨୦୧୯-୨୦ରେ ୯ଟି ହାତୀଙ୍କ ଜୀବନ ଯାଇଥିବା ବେଳେ ୨୦୨୦-୨୧ରେ ୮, ୨୦୨୧-୨୨ରେ ୧୩, ୨୦୨୨-୨୩ରେ ୨୬, ୨୦୨୩-୨୪ରେ ୧୫ ଓ ୨୦୨୪-୨୫ରେ ୩୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ଦେଶର କୌଣସି ବି ରାଜ୍ୟରେ ଏତେ ସଂଖ୍ୟାରେ ହାତୀଙ୍କ ମୃତ୍ୟୁ ହୋଇନଥିବା ଜଣାପଡ଼ିଛି । ୨୦୧୯-୨୦ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ହାତୀ-ମଣିଷ…

Read More