Author: TRUPTIMAYEE SAHOO

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଗୁରୁବାର କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ଏବଂ ସମାଜର ସ୍ଥିରତା ପାଇଁ ପରିବାରରେ ଅତି କମରେ ତିନି ସନ୍ତାନ ହେବା ଉଚିତ। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଜନସଂଖ୍ୟା ନୀତି ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ଏବଂ ଦେଶର ଜନସଂଖ୍ୟା ସନ୍ତୁଳନ ରକ୍ଷା କରିବା ପାଇଁ ଏହା ଆବଶ୍ୟକ। ଭାଗବତ ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଉଥିବା ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ସମାଜରେ ଯୁବ ଜନସଂଖ୍ୟାର ଅଂଶ ବଜାୟ ରଖିବା ପାଇଁ ପ୍ରତ୍ୟେକ ଦମ୍ପତି ଅତି କମରେ ତିନି ସନ୍ତାନ ଜନ୍ମ ଦେବା ଉଚିତ । ଭାଗବତ କହିଛନ୍ତି, ଏକ ବା ଦୁଇ ସନ୍ତାନ ନୀତି ଦୀର୍ଘକାଳୀନ ଭାବେ ଜନସଂଖ୍ୟା ସଙ୍କଟ ସୃଷ୍ଟି କରିପାରେ। ଏହା ଦେଶର ଅର୍ଥନୀତି ଓ ସାମାଜିକ ସନ୍ତୁଳନ ଉପରେ ପ୍ରଭାବ ପକାଇବ। ଭାଗବତ ଜୋର ଦେଇ କହିଛନ୍ତି ଯେ ଏହା କେବଳ ସଂଖ୍ୟାର ବିଷୟ ନୁହେଁ,…

Read More