Author: TRUPTIMAYEE SAHOO

ଭାରତରେ ମଦ ସମ୍ବନ୍ଧୀୟ ନିୟମ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ। କାରଣ ମଦ ଭାରତୀୟ ସମ୍ବିଧାନର ସପ୍ତମ ଅନୁସୂଚୀ ଅନ୍ତର୍ଗତ ରାଜ୍ୟ ତାଲିକାର ବିଷୟ। ବିହାର, ଗୁଜରାଟ, ନାଗାଲାଣ୍ଡ ଓ ମିଜୋରାମ ସମେତ କିଛି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲକ୍ଷଦ୍ୱୀପରେ ମଦ ସେବନ ଉପରେ ପ୍ରତିବନ୍ଧ ରହିଛି। ମଣିପୁରର କିଛି ଜିଲ୍ଲାରେ ମଧ୍ୟ ମଦ ଉପରେ ଆଂଶିକ ପ୍ରତିବନ୍ଧ ରହିଛି। ଅନ୍ୟ ରାଜ୍ୟମାନଙ୍କରେ ମଦ ପିଇବାକୁ ଅନୁମତି ରହିଛି, କିନ୍ତୁ ସେଠାରେ ମଦ ପିଇବାର ଆଇନଗତ ବୟସ ନିର୍ଦ୍ଧାରିତ ହୋଇଛି। ଅନେକ ଲୋକ ଯେଉଁମାନେ ମଦ ପିଇବାର ଶୌକୀନ, ସେମାନଙ୍କୁ ବିଭିନ୍ନ ବ୍ରାଣ୍ଡର ବୋତଲ ସଂଗ୍ରହ କରିବାର ମଧ୍ୟ ଶୌକ ଥାଏ। ଏପରି ଲୋକେ ଘରେ ବାର ମଧ୍ୟ ତିଆରି କରନ୍ତି। କିନ୍ତୁ ଯଦି ଆପଣ ନିୟମ କାନୁନ ନଜାଣନ୍ତି, ତେବେ ଏହି ଶୌକ ଆପଣଙ୍କୁ ମହଙ୍ଗା ପଡ଼ିପାରେ। ପ୍ରତ୍ୟେକ ରାଜ୍ୟର ନିଜସ୍ୱ ଅବକାରୀ ନିୟମ ରହିଛି। ଯାହା…

Read More