Author: TRUPTIMAYEE SAHOO

ପାରାଦୀପ ବନ୍ଦର ପ୍ରାଧିକରଣ ଓ ବିଶାଖାପାଟଣା ବନ୍ଦର ପ୍ରାଧିକରଣ ଏବଂ ସାଗରମାଳା ଅର୍ଥ ନିଗମ ମିଶି ପ୍ରାୟ ବାଇଶି ହଜାର କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଓ ବୃହତ୍ ବନ୍ଦର ନିର୍ମାଣ କରିବେ। ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭାବନଗର ଠାରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହେବ। ଗଞ୍ଜାମର ବାହୁଦା ଠାରେ ଏହି ବନ୍ଦର ସ୍ଥାପିତ ହେବ।ଏହାର ମାଲ ବୋଝେଇ କ୍ଷମତା ବାର୍ଷିକ ପନ୍ଦର କୋଟି ଟନ।ଏହା ହେବ ଭାରତର ୧୪ତମ ବୃହତ୍ ବନ୍ଦର।ଏହାର ମାଲିକାନା କେନ୍ଦ୍ର ସରକାରଙ୍କ ନିକଟରେ ରହିବ। ପାରାଦୀପ ବନ୍ଦରକୁ ଷାଠିଏ ବର୍ଷ ପୂରଣ ହୋଇଥିବା ବେଳେ ଆଉ ଏକ ବଡ଼ ବନ୍ଦର ନିଶ୍ଚିତ ଭାବରେ ଖୁସିର ବିଷୟ।ପାରାଦୀପ ବ୍ୟତୀତ ଧାମରା ଓ ଗୋପାଳପୁରରେ ଆଦାନୀ ଅଧୀନରେ ଦୁଇଟି ବନ୍ଦର କାର୍ଯ୍ୟକ୍ଷମ ଅଛି। ସୁବର୍ଣ୍ଣରେଖା ମୁହାଣ କୀର୍ତ୍ତନିଆ ଠାରେ ଟାଟା ଦ୍ଵାରା ଆଉ ଏକ ବନ୍ଦର କାମ ଚାଲିଛି। ସେହିଭଳି ଅସ୍ତରଙ୍ଗଠାରେ ନବଯୁଗ ଇଞ୍ଜିନିୟରିଂ ପକ୍ଷରୁ…

Read More