ପୂର୍ବରୁ ସୋଭିଏତ୍ ସଂଘ ହେଉ କିମ୍ବା ବର୍ତ୍ତମାନର ରୁଷ, ଏହା ସର୍ବଦା ଭାରତର ଏକ ପ୍ରକୃତ ତଥା ନିର୍ଭରଯୋଗ୍ୟ ବନ୍ଧୁ ଭାବରେ ଉଭା ହୋଇଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞ ଲେଫ୍ଟନାଣ୍ଟ କର୍ଣ୍ଣଲ (ଅବସରପ୍ରାପ୍ତ) ଜେଏସ୍ ସୋଢ଼ୀ ପ୍ରକାଶ କରିଛନ୍ତି। ବର୍ତ୍ତମାନର ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ରୁଷ ଆଜି ବି ଭାରତ ପାଇଁ ସବୁଠାରୁ ବଡ଼ ଭରସାଯୋଗ୍ୟ ଅଂଶୀଦାର। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଏକ ଶକ୍ତିଶାଳୀ ରୁଷ ବୈଶ୍ୱିକ ବ୍ୟବସ୍ଥାକୁ ସନ୍ତୁଳିତ ରଖିବା ସହ ଆମେରିକାର ଏକଚାଟିଆ ପ୍ରଭୁତ୍ୱ ଓ ସାମ୍ରାଜ୍ୟବାଦୀ ନୀତିକୁ ଉପଯୁକ୍ତ ଜବାବ ଦେଇପାରିବ, ଯାହା ଭାରତର ରଣନୀତିକ ହିତ ପାଇଁ ଅତ୍ୟନ୍ତ ଜରୁରୀ।
ପ୍ରତିରକ୍ଷା ଆନାଲିଷ୍ଟ ଜେଏସ୍ ସୋଢ଼ୀଙ୍କ ଅନୁଯାୟୀ, ରୁଷ କେବେ ହେଲେ ନିଜ ମାଟିକୁ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବାକୁ ଦେଇନାହିଁ। ଭାରତ ବର୍ତ୍ତମାନ ସୁଦ୍ଧା ତାର ପ୍ରାୟ ୩୬% ପ୍ରତିରକ୍ଷା ସରଞ୍ଜାମ ରୁଷରୁ ଆମଦାନୀ କରୁଛି। କେବଳ ସେତିକି ନୁହେଁ, ବର୍ତ୍ତମାନର ଆମେରିକା-ଇରାନ ସଂଘର୍ଷ ସମୟରେ ଯେତେବେଳେ ହୋର୍ମୁଜ ପ୍ରଣାଳୀ ଦେଇ ତେଲ ପରିବହନ ବାଧାପ୍ରାପ୍ତ ହୋଇଛି, ସେତେବେଳେ ରୁଷ କ୍ରମାଗତ ଭାବେ ଭାରତକୁ ଅଶୋଧିତ ତେଲ ଯୋଗାଇ ଚାଲିଛି ଏବଂ କୌଣସି ସଂକଟ ଆସିବାକୁ ଦେବନାହିଁ ବୋଲି ଆଶ୍ୱାସନା ଦେଇଛି।
🚨🇮🇳🇷🇺 Strong Russia is in India’s strategic interest
A strong Russia will enforce the world order, ensure good relations with India, and ensure a big checkmate to the American hegemonic design, JS Sodhi (@JassiSodhi24), Indian Lt. Col. (Retd.), told Sputnik India.
Sodhi… pic.twitter.com/QPluP8bLLI
— Sputnik India (@Sputnik_India) July 2, 2026
ସେ ଆହୁରି ଚେତାବନୀ ଦେଇ କହିଛନ୍ତି ଯେ, ଯଦି ରୁଷ କୌଣସି କାରଣରୁ ଦୁର୍ବଳ ହୋଇଯାଏ, ତେବେ ବିଶ୍ୱର ଶକ୍ତି ସନ୍ତୁଳନ ବିଗିଡ଼ିଯିବ। ପାଶ୍ଚାତ୍ୟ ଦେଶଗୁଡ଼ିକର ମନମୁଖୀ ପ୍ରଭୁତ୍ୱକୁ ଚ୍ୟାଲେଞ୍ଜ କରୁଥିବା ଏକ ପ୍ରମୁଖ ଶକ୍ତି ହ୍ରାସ ପାଇବ, ଯାହା ଭାରତ ପାଇଁ ରଣନୀତିକ ଅନିଶ୍ଚିତତା ସୃଷ୍ଟି କରିପାରେ। ତେଣୁ ଏକ ସ୍ଥିର ଏବଂ ଶକ୍ତିଶାଳୀ ରୁଷ ବହୁଧ୍ରୁବୀୟ ବିଶ୍ୱ ଗଠନ କରିବାରେ ଏବଂ ଭାରତ-ରୁଷ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାରେ ବେଶ୍ ପ୍ରଭାବଶାଳୀ ସାବ୍ୟସ୍ତ ହେବ।


