Author: TRUPTIMAYEE SAHOO

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି ଯେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଯେପରି ଅନ୍ୟ ଗଡ଼ଜାତ ରାଜ୍ୟଗୁଡ଼ିକୁ ସଫଳତାର ସହ ଭାରତ ସହ ମିଶାଇଥିଲେ, ସେହିପରି ସମଗ୍ର କାଶ୍ମୀରକୁ ଭାରତରେ ମିଶାଇବାକୁ ଚାହୁଥିଲେ, କିନ୍ତୁ ଜବାହରଲାଲ ନେହରୁ ଏହାକୁ କାର୍ଯ୍ୟକାରୀ କରିବାରେ ବାଧା ଦେଇଥିଲେ। ଗୁଜରାଟର ଏକତାନଗରରେ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଏକ ପରେଡ୍ ପରେ ମୋଦୀ କହିଛନ୍ତି, ସର୍ଦ୍ଦାର ପଟେଲ ବିଶ୍ୱାସ କରୁଥିଲେ ଯେ, ଲୋକମାନେ ଇତିହାସ ଲେଖିବାରେ ସମୟ ନଷ୍ଟ କରିବା ଉଚିତ ନୁହେଁ ବରଂ ଏହାକୁ ସୃଷ୍ଟି କରିବା ପାଇଁ କଠିନ ପରିଶ୍ରମ କରିବା ଉଚିତ। ସେ କହିଛନ୍ତି ଯେ, କାଶ୍ମୀରକୁ ବିଭାଜିତ କରାଯାଇଛି ଏବଂ ଏକ ପୃଥକ୍ ସମ୍ବିଧାନ ଓ ପତାକା ଦିଆଯାଇଛି। ଦେଶର ପ୍ରଥମ ଗୃହମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମର ନେତାଙ୍କ ସ୍ମାରକୀ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପଟେଲଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ମୋଦୀ…

Read More