Author: TRUPTIMAYEE SAHOO

ସରକାରୀ ବ୍ୟାଙ୍କ କ୍ଷେତ୍ରରେ ପୁଣି ଥରେ ବଡ଼ଧରଣର ମିଶ୍ରଣ ହେବାକୁ ଯାଉଛି। ୟୁନିଅନ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମଧ୍ୟରେ ମିଶ୍ରଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସେହିପରି ଇଣ୍ଡିଆନ୍‌ ଓଭରସିଜ୍ ବ୍ୟାଙ୍କ (ଆଇଓବି) ଓ ଇଣ୍ଡିଆନ୍‌ ବ୍ୟାଙ୍କ ମଧ୍ୟରେ ମଧ୍ୟ ମିଶ୍ରଣ ଘଟିବ। ଦେଶରେ ଏବେ ୧୨ଟି ରାଷ୍ଟ୍ରାୟତ୍ତ ସରକାରୀ ବ୍ୟାଙ୍କ ରହିଛି। ୟୁନିଅନ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ମିଶ୍ରଣ ହେବା ପରେ ତାହା ଦେଶର ଦ୍ୱିତୀୟ ବଡ଼ ବ୍ୟାଙ୍କ ହେବ। ବର୍ତ୍ତମାନ ଦେଶର ଦ୍ୱିତୀୟ ବଡ଼ ସରକାରୀ ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍ ବରୋଦା, ଯାହାର ସମ୍ପତ୍ତି ପରିମାଣ ୧୮.୬୨ ଲକ୍ଷ କୋଟି ଟଙ୍କା ରହିଛି। କିନ୍ତୁ ମୋଟ୍‌ ଉପରେ ଦେଖିଲେ ଷ୍ଟେଟ୍‌ ବ୍ୟାଙ୍କ ପ୍ରଥମ ସ୍ଥାନରେ ଥିବା ବେଳେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଦ୍ବିତୀୟ ଓ ଆଇସିଆଇସିଆଇ ବ୍ୟାଙ୍କ ତୃତୀୟ ସ୍ଥାନରେ ରହିଛି। ୟୁନିଅନ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍…

Read More