Author: TRUPTIMAYEE SAHOO

ଓଡ଼ିଶାର ରାଜନୀତି ଏକ ସଂଧିକ୍ଷଣରେ ରହିଛି। ବିଜୁ ଜନତା ଦଳ (ବିଜେଡି) ପରିଚାଳିତ ଶାସନ ପୂର୍ବ ଦୁଇ ଦଶକ ଧରି ରାଜ୍ୟର ରାଜନୀତିକ ଦିଗନିର୍ଦ୍ଦେଶ ନିର୍ଦ୍ଧାରଣ କରିଆସିଛି। କିନ୍ତୁ ଏବେ ଯେତେବେଳେ ନେତୃତ୍ୱ ପରିବର୍ତ୍ତନ, ଉତ୍ତରାଧିକାର ଓ ଭବିଷ୍ୟତ ରଣନୀତି ନେଇ ନୂଆ ଚର୍ଚ୍ଚା ଚାଲିଛି, ରାଜନୀତିକ ମହଲ ଓ ସାଧାରଣ ଜନମାନସ ମଧ୍ୟରେ ଅନେକ ପ୍ରଶ୍ନ ଉଠୁଛି —ଏହି ଦଳ ତାହାର ମୂଳ ଆଦର୍ଶ ଓ ଓଡ଼ିଆ ଗରିମାକୁ ଅବିକୃତ ରଖିପାରିବ କି? ନା ତାହା ନୂଆ ରାଷ୍ଟ୍ରୀୟ ଓ ବ୍ୟକ୍ତିକେନ୍ଦ୍ରିକ ସମୀକରଣରେ ଗଳି ଯିବ? ନେତୃତ୍ୱ ପରିବର୍ତ୍ତନର ଛାୟା ବିଜେଡିର ନେତା ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଏକ ସୁଦୀର୍ଘ ସ୍ଥିର ଶାସନ ସ୍ଥାପନ କରିଛନ୍ତି। ତାଙ୍କର ଶୈଳୀ — ଶାନ୍ତ, ସଂୟମିତ ଓ ଭିତରୁ ପରିଚାଳିତ — ରାଜନୀତିରେ ଏକ ନୂଆ ପରମ୍ପରା ସୃଷ୍ଟି କରିଛି। କିନ୍ତୁ ବର୍ତ୍ତମାନ ତାଙ୍କ ବୟସ, ସ୍ୱାସ୍ଥ୍ୟ…

Read More