Author: TRUPTIMAYEE SAHOO

ଚଳିତ ବର୍ଷ ପ୍ରଯୁକ୍ତି ଜଗତରେ ଏକ ଲକ୍ଷରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ଏବର୍ଷ ସାରା ବିଶ୍ୱରେ ଛଟେଇର ପ୍ରଭାବ ଥିଲା। ଲେଅଫ୍‌ସ ଡଟ୍‌ ଏଫ୍‌ୱାଇଆଇ ତଥ୍ୟ ଅନୁସାରେ ୨୦୨୫ରେ ବର୍ତ୍ତମାନ ସୁଦ୍ଧା ୨୧୮ଟି ପ୍ରଯୁକ୍ତି କମ୍ପାନି ୧,୧୨,୭୩୨ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଅଧିକାଂଶ କମ୍ପାନି ବ୍ୟବସାୟ ପରିବେଶରେ ପରିବର୍ତ୍ତନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରଭାବ ପାଇଁ କର୍ମଚାରୀ ସଂଖ୍ୟା କମ୍ କରିଥିବା କହିଛନ୍ତି। ଆମାଜନ, ଇଣ୍ଟେଲ୍‌ ଓ ଟିସିଏସ୍‌ ଭଳି କମ୍ପାନି କର୍ମଚାରୀ ହ୍ରାସ କରିଛନ୍ତି। ଆମାଜନ ଏହାର ୧୪ ହଜାର କର୍ପୋରେଟ୍ କର୍ମଚାରୀଙ୍କୁ ଛଟେଇ କରିଛି। କ୍ଲାଉଡ୍‌, ପରିଚାଳନା ଓ ମାନବ ସମ୍ବଳ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଚିପ୍ ନିର୍ମାତା ଇଣ୍ଟେଲ୍‌ ଚଳିତ ବର୍ଷ ୨୪ ହଜାର ପାଖାପାଖି କର୍ମଚାରୀଙ୍କୁ ଛଟେଇ କରିଛି। ଏହାପରେ କମ୍ପାନିର କର୍ମଚାରୀ ସଂଖ୍ୟା ୭୫ ହଜାରକୁ ହ୍ରାସ ପାଇଛି। କେବଳ ଆମେରିକା ଏହି କମ୍ପାନି ୫୦୦୦…

Read More