Author: TRUPTIMAYEE SAHOO

ବିଜେଡି ଶିବିରରେ ନୀରବତା, ବିଜେପିରେ ନୂତନ ଉତ୍ସାହ ,ଓଡ଼ିଶାର ରାଜନୀତିକ ପଟଭୂମିରେ ଗତ ମାସଗୁଡ଼ିକ ରହିଛି ଅତ୍ୟନ୍ତ ଅସ୍ଥିର। ବିଜୁ ଜନତା ଦଳ (ବିଜେଡି) ଯେଉଁ ଦଳ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ୟରେ ନିରବିଛିନ୍ନ ଶାସନ କରିଆସିଛି, ସେହି ଦଳରୁ ଜଣକ ପରେ ଜଣେ ନେତା ବାହାରି ଯାଉଛନ୍ତି। ବିଶେଷ କରି ବିଗତ କିଛି ଦିନ ମଧ୍ୟରେ ଅମର ପଟ୍ଟନାୟକ ଓ ଲମ୍ବୋଦର ନିଆଲଙ୍କ ବିଜେପିରେ ଯୋଗଦାନ, ରାଜ୍ୟର ରାଜନୀତିକ ସମୀକରଣକୁ ନୂଆ ଦିଗ ଦେଇଛି। ଏହି ଘଟଣା, ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ପୂର୍ବ ଭବିଷ୍ୟବାଣୀକୁ ପ୍ରାୟ ସତ୍ୟ ପ୍ରମାଣିତ କରିଛି ଯେ, “ବିଜେଡି ଭିତରୁ ବିଜେପିରେ ବଡ଼ ଧାରା ଆସିବ, ଏହା ଅବଶ୍ୟମ୍ଭାବୀ।” ବିଜେପିରେ ଯୋଗଦେବା ଧାରା ଚାଲିଛି ବିଜେପି ରାଜ୍ୟରେ ଶାସନ କ୍ଷମତାକୁ ଆସିବା ପରେ ଓଡ଼ିଶାରେ ଦଳର ଶକ୍ତି ବୃଦ୍ଧି ପାଇଛି। ବିଜେଡିର ଅନେକ ନେତା, ବିଶେଷ କରି ପାଣ୍ଡିଆନ୍‌ଙ୍କ ବୃଦ୍ଧିଶୀଳ ପ୍ରଭାବ…

Read More