Author: TRUPTIMAYEE SAHOO

ଓଡ଼ିଶା ଆଜି ଉନ୍ନତିର ଗୀତ ଗାଉଛି। ସରକାରୀ ବିଜ୍ଞାପନରେ “ନିବେଶ ମେଳା”, “ନୂତନ ଇଣ୍ଡଷ୍ଟ୍ରିଆଲ୍ ପଲିସି”, “ସମୃଦ୍ଧ ଓଡ଼ିଶା”ର ଗାଥା ଶୁଣିଲେ ଲାଗେ ଯେ- ଏହି ମାଟି ଏବେ ଭାରତର ନୂଆ ଅର୍ଥନୈତିକ ଇଞ୍ଜିନ୍ ହେଉଛି। ଏଭଳି ସ୍ଲୋଗାନ ଶୁଣିଲେ ଲାଗେ ରାଜ୍ୟ ଅର୍ଥନୈତିକ ପରିବର୍ତ୍ତନର ଏକ ସୁବର୍ଣ୍ଣ ଯୁଗକୁ ପ୍ରବେଶ କରୁଛି। ବଡ଼ ବଡ଼ ଶିଳ୍ପ ପ୍ରକଳ୍ପ, ମେଗା ଇନଭେଷ୍ଟମେଣ୍ଟ ଏବଂ ବିଦେଶୀ ନିବେଶକଙ୍କ ସହିତ ଚୁକ୍ତି- ସବୁ କିଛି ଦେଖାଉଛି ରାଜ୍ୟ ଏକ ନୂଆ ଆଧୁନିକ ଯୁଗକୁ ପ୍ରବେଶ କରୁଛି। କିନ୍ତୁ ଏହି ଚକଚକା ଆଲୋକ ପଛରେ ରହିଛି ଏକ ଅନ୍ଧକାର ଛାୟା- ଗାଁ, ଚାଷୀ ଓ ଶ୍ରମିକଙ୍କ ଜୀବନ। ଯେଉଁଠି ଶିଳ୍ପର ମିଟିଂ ହଲରେ ରୋଜଗାରର ସଂଖ୍ୟା ଗଣାଯାଉଛି, ସେଠି ଗାଁର ଜମି ଅନୁତ୍ପାଦନ ହେଉଛି ଏବଂ ଯୁବକ ଚାଷ ଛାଡ଼ି ଦାଦନ ଶ୍ରମିକ ଭାବରେ ସୁରତ, ଆନ୍ଧ୍ର କିମ୍ବା କେରଳ ଯାଉଛନ୍ତି। ଏକ “ଶିଳ୍ପ ଓଡ଼ିଶା”…

Read More