Author: TRUPTIMAYEE SAHOO

ଆତଙ୍କବାଦ — ଏକ ଶବ୍ଦ ଯାହା ଦେଶର ମାନସିକ ସୀମାକୁ କମ୍ପାଇ ଦେଇଛି। ଗତ ତିନି ଦଶନ୍ଧି ଧରି ଆମେ ଯେତେ ଆତଙ୍କବାଦ ଘଟଣା ଦେଖିଛୁ, ସେଠାରେ ପ୍ରାୟତଃ ଏକ ମୌଳବାଦୀ ଚିନ୍ତାଧାରା, ଧର୍ମୀୟ ଭାବନା ଓ ଦାରିଦ୍ର୍ୟର ଗଭୀର ସଂସ୍ପର୍ଶ ରହିଛି। କିନ୍ତୁ ଏବେ ଆତଙ୍କବାଦ ଏକ ନୂତନ ରୂପ ନେଇଛି — ତାହା ହେଲା “ହ୍ୱାଇଟ୍‍ କୋଲାର ଆତଙ୍କବାଦ”। ଏହା ସେହି ଆତଙ୍କବାଦୀ ବାହାରୁଛନ୍ତି, ଯେଉଁଠି ବୋମା ତିଆରି କରୁଥିବା ହାତରେ କୋଇଲଊା ଧୂଳି ନୁହେଁ, ବରଂ ଏକ ଲ୍ୟାପଟପ, ଏକ ମେଡିକାଲ କିଟ୍‌, କିମ୍ବା ଏକ ବିଶ୍ୱବିଦ୍ୟାଳୟ ନୋଟବୁକ୍‌ ରହିଥାଏ। ପୁରୁଣା ଆତଙ୍କର ଅନୁଭବ ୧୯୯୦ର ଦଶକ ଓ ୨୦୦୦ର ପ୍ରଥମ ଦିନଗୁଡିକ ଭାରତ ପାଇଁ ଆତଙ୍କବାଦୀ ତାଣ୍ଡବର ଯୁଗ ଥିଲା। କାଶ୍ମୀରରୁ ମୁମ୍ବାଇ, ଦିଲ୍ଲୀରୁ ଆସମ୍ ପର୍ଯ୍ୟନ୍ତ, ଅନେକ ଯୁବକମାନେ ମୌଳବାଦୀ ସଂଗଠନଗୁଡ଼ିକର ପ୍ରଲୋଭନରେ ଆସିଥିଲେ। ତାଙ୍କୁ “ଜିହାଦ” ବୋଲି ମିଥ୍ୟା ଧାରଣା ଦିଆଯାଇଥିଲା, ଯେ…

Read More