Author: TRUPTIMAYEE SAHOO

ସରକାରଙ୍କ ପୀଡ଼ିତ ତାଲିକା ଠିକ୍‍ ନୁହେଁ, କାରଣ ଶେଷ ତାଲିକାରେ ‘ସଂଖ୍ୟା’ ଯାହା ବି ହେଉ ପୁରା ଭୁଲ ହେବ। କାହିଁକି ଓ କେମିତି ମୁଁ କହୁଛି…. ମୁଁ ଅଶୋକ କୁମାର ଦିଲ୍ଲୀର ଜଗତପୁରାରେ ମୋ ପତ୍ନୀ ଓ ଚାରି ପିଲାଙ୍କ ସହ ରହୁଥିଲି। ମୋ ମାଆ ଆମ ଗାଁ’ରେ ରହୁଥିଲେ। କାରଣ ମୋ ବଡ଼ ଭାଇ ସୁଭାଷ ରୁଗ୍ଗୁଣ । ରୋଗୀଣା ବଡ଼ ଭାଇଙ୍କ ଯତ୍ନ ପାଇଁ ସେ ଗାଁ’ରେ ରହୁଥିଲେ । ଭାଇ ବି କୌଣସି କାମ କରୁନଥିଲେ । ବଡ଼ ଭାଇ,ମୋ ପରିବାର ଓ ମା’କୁ ମିଶାଇ ଆମେ ୮ ଜଣ । ସମସ୍ତଙ୍କ କଥା ବୁଝିବାକୁ ମୁଁ ଦିଲ୍ଲୀ ଆସିଥିଲି। ଏତେ ବଡ଼ ପରିବାର ଗୋଟିଏ ଦରମାରେ ଚଳାଇବା ସମ୍ଭବ ନ ଥିଲା। ବଜାର ଦର ଯାହା ଆପଣ ନିଜେ ଅନୁଭବ କରି ପାରୁଥିବେ। ତେଣୁ ସକାଳେ ମୁଁ ଡିଟିସି ବସ୍ କଣ୍ଡକ୍ଟର ଭାବେ ଓ…

Read More