Author: TRUPTIMAYEE SAHOO

ନୂଆପଡ଼ା ନିର୍ବାଚନରେ ଅନେକ କିଛି ନୂଆ ହୋଇଛି। ପ୍ରଥମତଃ ଭୋଟଦାନ ଆଶାତୀତ ବୃଦ୍ଧି ପାଇଛି ଯାହା କେବେ ହୋଇ ନଥିଲା। ଦ୍ୱିତୀୟରେ ପ୍ରଥମଥର ପାଇଁ ବିଜେପି ଏକ ଉପ ନିର୍ବାଚରେ ଏତେ ସଂଖ୍ୟାରେ ଭୋଟ ପାଇଁ ନିର୍ବାଚନ ଜିତିଛି ଆଉ ତୃତୀୟରେ ଦଳ ନଥିବା ପ୍ରାର୍ଥୀଙ୍କ ଅପେକ୍ଷା ନୋଟାକୁ ପସନ୍ଦ କରିଛନ୍ତି ଭୋଟର। ଭୋଟ ଗଣତି ଯେତେ ସରି ସରି ଆସୁଛି, ସେତିକି ସ୍ପଷ୍ଟ ହେଉଛି ଏସବୁ ବିଷୟ। ବିଶେଷକରି ନୂଆପଡ଼ାରେ ପ୍ରାର୍ଥୀ ତାଲିକା ଓ ଭୋଟରଙ୍କ ପସନ୍ଦକୁ ଦେଖିଲେ ଏହା ଆହୁରି ସ୍ପଷ୍ଟ ହେଉଛି। ଏହି ନିର୍ବାଚନରେ ସମୁଦାୟ ୧୪ଜଣ ପ୍ରାର୍ଥୀ ଥିଲେ। ତିନିଜଣ ପ୍ରାର୍ଥୀ ରାଜ୍ୟ୍ୟର ତିନି ପ୍ରମୁଖ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ଆଉ ୧୧ରୁ ୯ ଜଣ ସମ୍ପୂର୍ଣ୍ଣ ସ୍ୱାଧୀନ ହୋଇଥିବା ବେଳେ ଜଣେ ଲେଖାଏଁ ପ୍ରାର୍ଥୀ ଓଡ଼ିଶା ଜନତା ଦଳ ଏବଂ ସମାଜବାଦୀ ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେଉଁ ନୂଆପଡ଼ାବାସୀ ଗତ…

Read More