Author: TRUPTIMAYEE SAHOO

 ଟଙ୍କା ଆଗରେ ଭୋଟର ବିକ୍ରି ହୋଇଗଲେ।  ମାଟିର ପୁଅକୁ ଭୋଟର ଚିହ୍ନିଲେ ନାହିଁ। କେନ୍ଦ୍ରୀୟ ନେତାଙ୍କ ସହାୟତା ମିଳିଲା ନାହିଁ। ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ନୂଆପଡ଼ା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି। ତଥାପି ସେ ଆଶା ଛାଡ଼ି ନାହାନ୍ତି। ନିର୍ବାଚନ ରାଜନୀତିକୁ ପରିହାର କରିବେ ନାହିଁ ବୋଲି କହିଛନ୍ତି। ଆଗକୁ ପୁଣି ନିର୍ବାଚନ ଲଢ଼ିବାକୁ ପ୍ରତିଶୃତି ଦେଇଛନ୍ତି ଘାସିରାମ। ଗତ ୨୦୨୪ ନିର୍ବାଚନରେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ  ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିବା ଘାସିରାମ ମାଝି ଏଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ନିଜର ଲୋକପ୍ରିୟତା ଏବଂ ଦଳର ସହାୟତା ତାଙ୍କୁ ବିଜୟୀ କରିବ ବୋଲି ଆଶା କରାଯାଇଥିଲା। ନିର୍ବାଚନ ପ୍ରଚାର ଆରମ୍ଭରୁ ତାଙ୍କ ସପକ୍ଷରେ ଅନେକ ଭୋଟ ଥିଲା। କିନ୍ତୁ  ନିର୍ବାଚନ ଯେତିକି ପାଖେଇ ଆସିଲା ଭୋଟର ଦୂରେଇଲେ। ଆଉ ଆଜି ଫଳାଫଳ ପ୍ରକାଶ ବେଳକୁ ଘାସିରାମ ଅନେକ ପଛକୁ ଚାଲିଯାଇଛନ୍ତି। ୧୩ ତମ…

Read More