Author: TRUPTIMAYEE SAHOO

ବିଶ୍ୱର ପ୍ରତିରକ୍ଷା ବଜାର ଏବଂ ଜିଓପଲିଟିକ୍ସରୁ ଏବେ ଏକ ବଡ଼ ଚମକାଇଦେବା ଭଳି ଖବର ସାମ୍ନାକୁ ଆସିଛି। ଏକ ଏଭଳି ଖବର, ଯାହା ନୂଆଦିଲ୍ଲୀର ସାମରିକ ରଣନୀତିଜ୍ଞ ଏବଂ ସୁରକ୍ଷା ବିଶେଷଜ୍ଞମାନଙ୍କ ଚିନ୍ତାକୁ ବହୁ ଗୁଣରେ ବଢ଼ାଇ ଦେଇଛି। ପାକିସ୍ତାନର ପରମ ମିତ୍ର ତଥା ନିଜକୁ ମୁସଲିମ୍ ଜଗତର ନୂଆ ଖଲିଫା ବୋଲି ଭାବୁଥିବା ତୁର୍କୀର ରାଷ୍ଟ୍ରପତି ରେସେପ୍ ତୈୟପ୍ ଏର୍ଦୋଗାନ ଏବେ ଭାରତ ବିରୋଧରେ ଏକ ଅତି ବିପଜ୍ଜନକ ଗୋଟି ଚାଳନା କରିଛନ୍ତି। ତୁର୍କୀ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତାର ପ୍ରଥମ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ (ICBM) ଦୁନିଆ ସାମ୍ନାକୁ ଆଣିଛି। ଏହି ମାରାତ୍ମକ ମିସାଇଲ୍‌ର ନାମ ହେଉଛି ‘ୟିଲ୍‍ଦିରିମ୍‌ହାନ’, ଯାହାର ଓଡ଼ିଆ ଅର୍ଥ ହେଉଛି ‘ବିଜୁଳି’ କିମ୍ବା ‘ବଜ୍ର’। ୟିଲ୍‍ଦିରିମ୍‌ହାନ ମିସାଇଲ୍‌ର ପ୍ରକୃତ ସାମରିକ ଶକ୍ତି କ’ଣ? ତୁର୍କୀର ପ୍ରତିରକ୍ଷା ମନ୍ତ୍ରାଳୟର ଦାବି ଅନୁଯାୟୀ, ଏହି ମିସାଇଲ୍‌ର ମାରକ କ୍ଷମତା ପ୍ରାୟ ୬,୦୦୦ କିଲୋମିଟରରୁ ଅଧିକ। ଏହା…

Read More