ବିଶ୍ୱର ପ୍ରତିରକ୍ଷା ବଜାର ଏବଂ ଜିଓପଲିଟିକ୍ସରୁ ଏବେ ଏକ ବଡ଼ ଚମକାଇଦେବା ଭଳି ଖବର ସାମ୍ନାକୁ ଆସିଛି। ଏକ ଏଭଳି ଖବର, ଯାହା ନୂଆଦିଲ୍ଲୀର ସାମରିକ ରଣନୀତିଜ୍ଞ ଏବଂ ସୁରକ୍ଷା ବିଶେଷଜ୍ଞମାନଙ୍କ ଚିନ୍ତାକୁ ବହୁ ଗୁଣରେ ବଢ଼ାଇ ଦେଇଛି। ପାକିସ୍ତାନର ପରମ ମିତ୍ର ତଥା ନିଜକୁ ମୁସଲିମ୍ ଜଗତର ନୂଆ ଖଲିଫା ବୋଲି ଭାବୁଥିବା ତୁର୍କୀର ରାଷ୍ଟ୍ରପତି ରେସେପ୍ ତୈୟପ୍ ଏର୍ଦୋଗାନ ଏବେ ଭାରତ ବିରୋଧରେ ଏକ ଅତି ବିପଜ୍ଜନକ ଗୋଟି ଚାଳନା କରିଛନ୍ତି।

ତୁର୍କୀ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତାର ପ୍ରଥମ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ (ICBM) ଦୁନିଆ ସାମ୍ନାକୁ ଆଣିଛି। ଏହି ମାରାତ୍ମକ ମିସାଇଲ୍ର ନାମ ହେଉଛି ‘ୟିଲ୍ଦିରିମ୍ହାନ’, ଯାହାର ଓଡ଼ିଆ ଅର୍ଥ ହେଉଛି ‘ବିଜୁଳି’ କିମ୍ବା ‘ବଜ୍ର’।
ୟିଲ୍ଦିରିମ୍ହାନ ମିସାଇଲ୍ର ପ୍ରକୃତ ସାମରିକ ଶକ୍ତି କ’ଣ?
ତୁର୍କୀର ପ୍ରତିରକ୍ଷା ମନ୍ତ୍ରାଳୟର ଦାବି ଅନୁଯାୟୀ, ଏହି ମିସାଇଲ୍ର ମାରକ କ୍ଷମତା ପ୍ରାୟ ୬,୦୦୦ କିଲୋମିଟରରୁ ଅଧିକ। ଏହା ଶବ୍ଦର ଗତିଠାରୁ ପ୍ରାୟ ୨୫ ଗୁଣ ଅଧିକ ଅର୍ଥାତ୍ ‘ମ୍ୟାକ୍ ୨୫’ (Mach 25) ର ଅବିଶ୍ୱାସନୀୟ ହାଇପରସୋନିକ୍ ବେଗରେ ଆକାଶରୁ ଆସି ଶତ୍ରୁକୁ ମାଟିରେ ମିଶାଇ ଦେଇପାରେ।

କିନ୍ତୁ ସବୁଠାରୁ ବଡ଼ ଏବଂ ଚିନ୍ତାଜନକ ପ୍ରଶ୍ନ ହେଉଛି, ତୁର୍କୀକୁ ଏଭଳି ଏକ ସୁଦୂର ପ୍ରସାରୀ ମିସାଇଲ୍ର ଆବଶ୍ୟକତା କାହିଁକି ପଡ଼ିଲା? ଆମେରିକାର ପେଣ୍ଟାଗନର ପୂର୍ବତନ ପ୍ରତିରକ୍ଷା ଅଧିକାରୀ ଏବଂ ବିଦେଶ ନୀତି ବିଶେଷଜ୍ଞ ମାଇକେଲ୍ ରୁବିନ୍ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ସେ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ – ତୁର୍କୀର ଏହି ନୂଆ ମିସାଇଲ୍ର ପ୍ରକୃତ ଏବଂ ଏକମାତ୍ର ସମ୍ଭାବ୍ୟ ଲକ୍ଷ୍ୟ ହେଉଛି ସମ୍ପୂର୍ଣ୍ଣ ଭାରତ। ଏର୍ଦୋଗାନଙ୍କର ବଢ଼ୁଥିବା ଇସଲାମିକ୍ ଆକାଂକ୍ଷା ଏବଂ ପାକିସ୍ତାନ ସହ ମିଶି କାଶ୍ମୀରରେ ଆତଙ୍କବାଦ ଓ ଅଲଗାବାଦକୁ ପ୍ରୋତ୍ସାହନ ଦେବାର ଯେଉଁ ଷଡ଼ଯନ୍ତ୍ର, ଏହି ମିସାଇଲ୍ ସେହି ବିପଜ୍ଜନକ ଯୋଜନାର ଏକ ପ୍ରମୁଖ ଅଂଶ।
‘ୟିଲ୍ଦିରିମ୍ହାନ’ ଏକ ମାରାତ୍ମକ ମିସାଇଲ୍ର ବୈଷୟିକ ରୂପରେଖ
ସର୍ବପ୍ରଥମେ ଆମକୁ ଏହି ମିସାଇଲ୍ର ବୈଷୟିକ ଏବଂ ସାମରିକ କ୍ଷମତାକୁ ବୁଝିବାକୁ ହେବ, ଯାହାକୁ ନେଇ ସାରା ବିଶ୍ୱର ସୁରକ୍ଷା ଏଜେନ୍ସିଗୁଡ଼ିକ ଚକିତ ହୋଇଯାଇଛନ୍ତି। ତୁର୍କୀର ପ୍ରତିରକ୍ଷା ମନ୍ତ୍ରାଳୟର ଗବେଷଣା ଓ ବିକାଶ କେନ୍ଦ୍ର (R&D Center) ଦ୍ୱାରା ନିର୍ମିତ ଏହି ୟିଲ୍ଦିରିମ୍ହାନ କୌଣସି ସାଧାରଣ ରକେଟ୍ ନୁହେଁ।

- ବିଶାଳ ମାରକ ପରିସର (6,000 KM Range) : ସାଧାରଣତଃ ୫,୫୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରୁଥିବା ବାଲିଷ୍ଟିକ୍ ମିସାଇଲ୍କୁ ICBM ବା ଆନ୍ତଃମହାଦେଶୀୟ ମିସାଇଲ୍ ଶ୍ରେଣୀଭୁକ୍ତ କରାଯାଏ। ୟିଲ୍ଦିରିମ୍ହାନର ପରିସର ୬,୦୦୦ କିଲୋମିଟର। ଯଦି ଏହାକୁ ଆଙ୍କାରା ବା ଇସ୍ତାନବୁଲ୍ରୁ ଲଞ୍ଚ୍ କରାଯାଏ, ଭାରତର ପ୍ରାୟ ସମସ୍ତ ପ୍ରମୁଖ ସହର ଏହାର ସିଧାସଳଖ ଲକ୍ଷ୍ୟ ଭିତରକୁ ଆସିଯିବେ।
- ଅବିଶ୍ୱାସନୀୟ ଗତି (Mach 9 to Mach 25) : ଏହି ମିସାଇଲ୍ ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ଘଣ୍ଟା ପ୍ରତି ୧୧,୦୦୦ ରୁ ୩୧,୦୦୦ କିଲୋମିଟର ବେଗରେ ଗତି କରିପାରେ। ଏହାର ଅର୍ଥ ହେଉଛି, ତୁର୍କୀରୁ ଏହାକୁ ଛଡ଼ାଯିବା ପରେ ଭାରତୀୟ ସୀମାରେ ପହଞ୍ଚିବା ପାଇଁ ଏହାକୁ ମାତ୍ର କିଛି ମିନିଟ୍ ସମୟ ଲାଗିବ।
- ୩,୦୦୦ କିଲୋଗ୍ରାମର ଓ୍ବାରହେଡ୍ (Payload Capacity) : ଏହି ମିସାଇଲ୍ ନିଜ ସହିତ ୩,୦୦୦ କିଲୋଗ୍ରାମ ଓଜନର ମାରାତ୍ମକ ବିସ୍ଫୋରକ କିମ୍ବା ଆଣବିକ ଅସ୍ତ୍ର (Nuclear Warhead) ବହନ କରିବାର କ୍ଷମତା ରଖେ।
- ଉନ୍ନତ ଇନ୍ଧନ ଓ ଇଞ୍ଜିନ ବ୍ୟବହାର : ଏଥିରେ ‘ଲିକ୍ୱିଡ୍ ନାଇଟ୍ରୋଜେନ୍ ଟେଟ୍ରୋକ୍ସାଇଡ୍’ ତରଳ ଗତିଶୀଳ ଇନ୍ଧନ ସହିତ ୪ଟି ଅତି ଶକ୍ତିଶାଳୀ ରକେଟ୍ ଇଞ୍ଜିନ ବ୍ୟବହାର କରାଯାଇଛି, ଯାହା ଏହାକୁ ଅତି ଦ୍ରୁତ ଏବଂ ଲକ୍ଷ୍ୟଭେଦୀ କରିଥାଏ।
ଏର୍ଦୋଗାନଙ୍କ ଅହଂକାର ଏବଂ ପାକିସ୍ତାନ ସହ ‘କାଶ୍ମୀର କନେକ୍ସନ୍’

- ତୁର୍କୀର ରାଷ୍ଟ୍ରପତି ରେସେପ୍ ତୈୟପ୍ ଏର୍ଦୋଗାନଙ୍କ କ’ଣ ରହିଛି ମାନସିକତା ? ଏର୍ଦୋଗାନ ନିଜକୁ କେବଳ ତୁର୍କୀର ରାଷ୍ଟ୍ରପତି ଭାବନ୍ତି ନାହିଁ, ସେ ନିଜକୁ ପୁରୁଣା ଓଟୋମାନ ସାମ୍ରାଜ୍ୟର ସୁଲତାନ ଭାବେ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିବାକୁ ଚାହାନ୍ତି । ସେ ନିଜକୁ ଶରିଆର ସେବକ ବୋଲି ଖୋଲାଖୋଲି ଘୋଷଣା କରିସାରିଛନ୍ତି।
- ନିଜର ଏହି ଉଗ୍ର ଇସଲାମିକ୍ ରାଜନୀତି ଯୋଗୁଁ ସେ ପାକିସ୍ତାନ ସହିତ ଅତି ନିବିଡ଼ ସମ୍ପର୍କ ଗଢ଼ିଛନ୍ତି। କାଶ୍ମୀର ପ୍ରସଙ୍ଗରେ ତୁର୍କୀ ସବୁବେଳେ ଭାରତ ବିରୋଧରେ ଏବଂ ପାକିସ୍ତାନ ସପକ୍ଷରେ ବିଷୋଦଗାର କରିଆସିଛି। ସଂଯୁକ୍ତ ରାଷ୍ଟ୍ର (UN) ମଞ୍ଚରେ ମଧ୍ୟ ଏର୍ଦୋଗାନ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି। ସେ ଏକ ସଭାରେ କହିଥିଲେ – “କାଶ୍ମୀର ଆମ ପାଇଁ ସେତିକି ନିକଟତର, ଯେତିକି ଆମ ପାଇଁ ନିଜେ ତୁର୍କୀ।”
- ବିଶେଷଜ୍ଞଙ୍କ ଅନୁସାରେ, ତୁର୍କୀ ଏବେ କାଶ୍ମୀରର ଅଲଗାବାଦୀ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପଛରୁ ସାହାଯ୍ୟ କରୁଛି। ତୁର୍କୀ ନିଜ ଦେଶରେ କାଶ୍ମୀରୀ ଛାତ୍ରଛାତ୍ରୀମାନଙ୍କୁ ବହୁ ପରିମାଣରେ ସ୍କଲାରସିପ୍ ଦେଉଛି, ଯାହାଦ୍ୱାରା ସେମାନଙ୍କ ବ୍ରେନ ୱାସ କରାଯାଇ ପାରିବ ଏବଂ ଭାରତ ବିରୋଧରେ ତୁର୍କୀ ଶୈଳୀର ଉଗ୍ର ଚିନ୍ତାଧାରା ସୃଷ୍ଟି କରାଯାଇପାରିବ। ଏପରିକି ସେମାନଙ୍କୁ ସାମରିକ ଟ୍ରେନିଂ ଦିଆଯାଉଥିବାର ସାଂଘାତିକ ଖବର ମଧ୍ୟ ସାମ୍ନାକୁ ଆସୁଛି।
- ଏର୍ଦୋଗାନଙ୍କ ଚିନ୍ତାଧାରା ହେଉଛି ‘ନବ-ଓଟୋମାନବାଦ’। ସେ ବିଶ୍ୱାସ କରନ୍ତି ଯେ ଏସିଆ ଏବଂ ଭାରତୀୟ ଉପମହାଦେଶରେ ମଧ୍ୟ ତାଙ୍କର ପ୍ରଭାବ ରହିବା ଉଚିତ। ପାକିସ୍ତାନ ପାଖରେ ଶକ୍ତିଶାଳୀ ସେନା ଥିଲେ ମଧ୍ୟ ତାର ଅର୍ଥନୀତି ସମ୍ପୂର୍ଣ୍ଣ କଙ୍ଗାଳ। ତେଣୁ ପାକିସ୍ତାନକୁ ଆଗରେ ରଖି ଭାରତ ଉପରେ ଚାପ ପକାଇବା ପାଇଁ ଏବଂ କାଶ୍ମୀର ପ୍ରସଙ୍ଗରେ ନୂଆଦିଲ୍ଲୀକୁ ଧମକାଇବା ପାଇଁ ତୁର୍କୀ ଏହି ୬,୦୦୦ କିଲୋମିଟର ବିଶିଷ୍ଟ ‘ୟିଲ୍ଦିରିମ୍ହାନ’ ମିସାଇଲ୍କୁ ଏକ ମନୋବୈଜ୍ଞାନିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚାହୁଁଛି।
ଭାରତର ପାଲଟା ରଣନୀତିରେ କେମିତି ହେବ ମୁକାବିଲା ?

ତେବେ ତୁର୍କୀର ଏହି ବିପଜ୍ଜନକ ଚାଲ୍ ଆଗରେ ଭାରତ କ’ଣ ଚୁପ୍ ବସିରହିବ ? ବିଲକୁଲ୍ ନୁହେଁ । ଭାରତୀୟ ସେନା ଏବଂ ସାମରିକ ରଣନୀତିଜ୍ଞମାନେ ଏହି ବିପଦର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।
ଭାରତ ପାଖରେ ଏବେ ଏକାଧିକ ସଫଳ ରଣନୈତିକ ଏବଂ ବୈଷୟିକ ଜବାବ ରହିଛି । ରାଜନୈତିକ ସ୍ତରରେ ଭାରତ ଏବେ ତୁର୍କୀର ସବୁଠାରୁ ବଡ଼ ପାରମ୍ପରିକ ଶତ୍ରୁ ‘ଗ୍ରୀସ୍’ (Greece) ସହିତ ନିଜର ପ୍ରତିରକ୍ଷା ସମ୍ପର୍କକୁ ଅତି ମଜବୁତ କରିଛି । ଭାରତ ଏବେ ଗ୍ରୀସ୍ ସହିତ ମିଳିତ ସାମରିକ ଅଭ୍ୟାସ କରୁଛି, ଯାହା ତୁର୍କୀର ପଛପଟେ ଭାରତୀୟ ସେନାର ଉପସ୍ଥିତିକୁ ଜାହିର କରୁଛି । ଯଦି ତୁର୍କୀ କେବେ ଭାରତ ଆଡ଼କୁ ଆଖି ଉଠାଇ ଚାହେଁ, ତେବେ ଭାରତ ଗ୍ରୀସ୍ ମାଧ୍ୟମରେ ତୁର୍କୀ ଉପରେ ଚାପ ପକାଇପାରିବ ।
ବିଶ୍ୱ ସନ୍ତୁଳନ ଏବଂ ପୂର୍ବପକ୍ଷର ଚେତାବନୀ
ତୁର୍କୀର ଏହି ‘ୟିଲ୍ଦିରିମ୍ହାନ’ ମିସାଇଲ୍ ଆଧୁନିକ ପ୍ରତିରକ୍ଷା ସମୀକରଣକୁ ନିଶ୍ଚିତ ଭାବେ ବଦଳାଇବାକୁ ଚେଷ୍ଟା କରୁଛି । ଏହା ସାରା ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ, କିନ୍ତୁ ଭାରତ ପାଇଁ ଏହା ଏକ ଚେତାବନୀ । ଭାରତକୁ ଏବେ କେବଳ ପାକିସ୍ତାନ କିମ୍ବା ଚୀନ୍ ନୁହେଁ, ବରଂ ଦୂରରେ ବସିଥିବା ଏହି ନୂଆ ‘ଇସଲାମିକ୍ ଗଠବନ୍ଧନ’ ଉପରେ ମଧ୍ୟ କଡ଼ା ନଜର ରଖିବାକୁ ହେବ ।

ଏର୍ଦୋଗାନ ଭାବୁଛନ୍ତି ଯେ ସେ ମିସାଇଲ୍ ଦେଖାଇ ଭାରତକୁ କାଶ୍ମୀର ପ୍ରସଙ୍ଗରେ ପଛକୁ ହଟାଇ ଦେବେ । କିନ୍ତୁ ସେ ବୋଧହୁଏ ଭୁଲିଯାଉଛନ୍ତି ଯେ ଏହା ୧୯୯୦ ମସିହାର ଦୁର୍ବଳ ଭାରତ ନୁହେଁ, ଏହା ହେଉଛି ୨୦୨୬ ର ନୂତନ ଏବଂ ମହାଶକ୍ତିଶାଳୀ ଭାରତ । ଆମ ପାଖରେ ଶତ୍ରୁକୁ ତାର ସୀମା ଭିତରେ ପଶି ମାରିବାର ସାମର୍ଥ୍ୟ ଏବଂ ସାହସ ଦୁଇଟିଯାକ ରହିଛି । ‘ଅପରେସନ୍ ସିନ୍ଦୂର’ (Operation Sindhu) ମାଧ୍ୟମରେ ଭାରତୀୟ ସେନା ପୂର୍ବରୁ ହିଁ ଦେଶଦ୍ରୋହୀମାନଙ୍କୁ ଉଚିତ ଶିକ୍ଷା ଦେଇସାରିଛି ।
Also read : https://purvapaksa.com/rahul-vs-priyanka-in-congress/
କଂଗ୍ରେସରେ ରାହୁଲ ବନାମ ପ୍ରିୟଙ୍କା ? || Rahul vs Priyanka in Congress?


