Author: TRUPTIMAYEE SAHOO

ଦିନ ଥିଲା ଯେତେବେଳେ ଓଡ଼ିଶା ରାଜନୀତିର ହୃଦସ୍ପନ୍ଦନ ବା heartbeat କୁହାଯାଉଥିଲା କଟକକୁ। କଟକ କେବଳ ଏକ ସହର ନୁହେଁ କେବଳ ଏକ ଜିଲ୍ଲା ନୁହେଁ ବରଂ ଏହା ଥିଲା ଓଡ଼ିଶାର ରାଜନୈତିକ କ୍ଷମତା କେନ୍ଦ୍ର । ଯେଉଁଠି ରାଜ୍ୟର ରାଜନୀତି ସମ୍ପର୍କୀତ ନିଷ୍ପତ୍ତି ହେଉଥିଲା ଯେଉଁଠି ଗୋଟିଏ ବୈଠକରୁ ସରକାରୀ ସମୀକରଣ ବଦଳି ଯାଉଥିଲା ଯେଉଁଠିର ନେତାଙ୍କୁ ଦେଖି ଭୁବନେଶ୍ୱରର ରାଜନୀତି ଦିଗ ନିର୍ଦ୍ଦେଶ ପାଉଥିଲା । ଆଉ ସେହି କଟକ ଆଜି ସମ୍ପୂର୍ଣ୍ଣ ବଦଳିଯାଇଛି । ବିଜେଡି ଯେଉଁ କଟକକୁ ନିଜର ଅଜେୟ ଦୁର୍ଗ ଭାବୁଥିଲା ସେହି ଗଡ଼ରେ ଆଜି ଶଙ୍ଖର ଶବ୍ଦ ଦୁର୍ବଳ ପଡ଼ିଯାଇଛି । ନେତାମାନେ ଦୂରେଇ ଯାଉଛନ୍ତି କର୍ମୀମାନେ ଦିଗହରା ହୋଇଯାଇଛନ୍ତି ଆଉ ଯେଉଁ ଦଳ କେବେ କଟକକୁ ନିୟନ୍ତ୍ରଣ କରୁଥିଲା, ସେହି ଦଳ ଆଜି ନିଜର ସାଂଗଠନିକ ଅସ୍ତିତ୍ୱକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି । ତେବେ ପ୍ରଶ୍ନ ହେଉଛି;କଟକରେ ବିଜେଡିର ଏହି…

Read More