Author: TRUPTIMAYEE SAHOO

ଭାରତ ତା’ର ଦୀର୍ଘକାଳୀନ ସହଯୋଗୀ ରୁଷଠାରୁ ଏକ ଭୟଙ୍କର ବାୟୁ ପ୍ରତିରକ୍ଷା ପ୍ରଣାଳୀର ଅତିରିକ୍ତ ସାମଗ୍ରୀ କିଣିବାକୁ ପ୍ରସ୍ତୁତ ହେଉଥିବାରୁ ଚୀନ୍ ଏବଂ ପାକିସ୍ତାନ ନିଦ ହଜାଇବାକୁ ବାଧ୍ୟ । ଏହା ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯାହାକୁ ଭାରତ ଯୁଦ୍ଧକ୍ଷେତ୍ରରେ ପୂର୍ବରୁ ପରୀକ୍ଷା କରିସାରିଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ସମୟରେ, ଏହି ବିପଦପୂର୍ଣ୍ଣ ରୁଷୀୟ ‘ବାୟୁ ସୁରକ୍ଷା କବଚ’ ପାକିସ୍ତାନର ସେନାକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଥିଲା । ରୁଷର ସରକାରୀ ଗଣମାଧ୍ୟମ ନେଟୱାର୍କ, RT ଇଣ୍ଡିଆ ଅନୁଯାୟୀ, ଏବେ ଦୀର୍ଘ ଦୂରଗାମୀ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀର ଅତିରିକ୍ତ ବ୍ୟାଚ୍ ହାସଲ କରିବାକୁ ନିଷ୍ପତ୍ତି ନେଇଛି ଭାରତ । ବିତରଣ ସମ୍ପର୍କରେ ଆଲୋଚନା ଚାଲିଛି RT ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ରୁଷିଆର ସାମରିକ-ବୈଷୟିକ ସହଯୋଗ ପାଇଁ ଫେଡେରାଲ୍ ସେବା ନିଶ୍ଚିତ କରିଛି ଯେ ,ଭାରତ ବର୍ତ୍ତମାନ S-400 ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀର ଅତିରିକ୍ତ…

Read More