Author: TRUPTIMAYEE SAHOO

ରାତି ପାହିଲେ ଏକ ସ୍ୱତନ୍ତ୍ର ଜନ୍ମଦିନ। ଏମିତି ଜଣେ ବ୍ୟକ୍ତିଙ୍କ ଜନ୍ମଦିନ, ଯିଏ ଦିନେ ଓଡ଼ିଶା ରାଜନୀତିର ସବୁଠାରୁ ଶକ୍ତିଶାଳୀ କେନ୍ଦ୍ରବିନ୍ଦୁ ଥିଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ସବୁଠାରୁ ପ୍ରିୟ, ଦଳର ତଥାକଥିତ ଚାଣକ୍ୟ ତଥା ଓଡ଼ିଶାର ଚର୍ଚ୍ଚିତ ଚେହେରା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଜନ୍ମଦିନ।  କିନ୍ତୁ ଆଜି ସମୟ ବଦଳି ଯାଇଛି। ସମୟର ଚକ ଏମିତି ଘୂରିଛି ଯେ, ଦିନେ ଯାହାଙ୍କ ଗୋଟିଏ ନିର୍ଦ୍ଦେଶରେ ସାରା ଓଡ଼ିଶାର ପ୍ରଶାସନ ଓ ରାଜନୀତି ଉଠୁଥିଲା ବସୁଥିଲା, ଆଜି ସେ କ୍ଷମତାର ଅନ୍ଧାର ଗଳିରେ ହଜିଯାଇଛନ୍ତି। ଆଜି ଦଳ କ୍ଷମତାରେ ନାହିଁ, ଶାସନର ମହୁଘର ହାତଛଡ଼ା ହୋଇସାରିଛି ଏବଂ ସବୁଠାରୁ ବଡ଼ କଥା ହେଲା ନିଜ ଦଳ ଭିତରେ ହିଁ ପାଣ୍ଡିଆନଙ୍କ ବିରୋଧରେ ବିଦ୍ରୋହର ନିଆଁ ଚରମ ସୀମାରେ ପହଞ୍ଚିଛି। ଆଉ ଏହି ସ୍ଥିତିରେ, ଜନ୍ମଦିନର ସେହି ପୁରୁଣା ଜାକଜମକ, ସେହି ବଡ଼ ବଡ଼ ହୋର୍ଡିଂ, ସେହି ଶୋଭାଯାତ୍ରା ଆଉ ପ୍ରକାଶ୍ୟରେ…

Read More