Author: TRUPTIMAYEE SAHOO

ରୁଷ୍‍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଭାରତ ଗସ୍ତକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏହି ଆଲୋଚନାରୁ ବାହାରିଥିବା ରାଜନୀତିକ ତରଙ୍ଗ କେବଳ ବିଦେଶ ନୀତି ସହିତ ଜଡ଼ିତ ନୁହେଁ। ଏହା ଭାରତୀୟ ବିରୋଧୀ ରାଜନୀତିର ଭିତରେ ଥିବା ଆଲୋଚନା, ଅନିଶ୍ଚିତତା ଓ ନେତୃତ୍ୱ ଚାଲେଞ୍ଜର ଉଜାଗରର ଚିତ୍ର। ପୁତିନ ତାଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ କେବଳ ସରକାରୀ ମିଟିଂ ପର୍ଯ୍ୟନ୍ତ ସୀମିତ ରଖିଛନ୍ତି। ସେ ଭାରତର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସହିତ ସାକ୍ଷାତକୁ ଏଡ଼ାଇ ଯାଇଛନ୍ତି। ଏହା ଦେଶର ବିରୋଧୀଦଳ ରାଜନୀତିକ ପରିବେଶରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। କିନ୍ତୁ କଥା କେବଳ ଏତିକି ନୁହେଁ; ଏହି ଘଟଣା ଭାରତର ବିରୋଧୀ ଦଳ, ବିଶେଷକରି କଂଗ୍ରେସ ଭିତରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଉଠୁଥିବା ଆସ୍ଥା ସଙ୍କଟକୁ ମଧ୍ୟ ଉଜାଗର କରିଛି। ପୁତିନଙ୍କ ସାକ୍ଷାତ୍‍ ପାଇଁ ଅନୁମତି ନ ମିଳିବା ପ୍ରତି ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମାଲୋଚନା…

Read More