Author: TRUPTIMAYEE SAHOO

କୃଷି ଓ କୃଷକର ବିକାଶ ବିନା ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହୋଇପାରିବ ନାହିଁ। ତେଣୁ ରାଜ୍ୟରେ ଜଳ ସୁରକ୍ଷା ଓ ଜଳସେଚନ ବ୍ୟବସ୍ଥାର ବ୍ୟାପକ ସମ୍ପ୍ରସାରଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ ‘ଜଳ ଶକ୍ତି ସମ୍ମିଳନୀ’ରେ ଯୋଗଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଜଳସେଚନ ଓ ଭୂତଳ ଜଳ ପରିଚାଳନା କ୍ଷେତ୍ରରେ ହୋଇଥିବା ଐତିହାସିକ ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ଜଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାୟ ୫୪,୦୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଛି, ଯାହା ଫଳରେ ଖୁବ୍ କମ୍ ସମୟ ମଧ୍ୟରେ ଅତିରିକ୍ତ ୩.୨ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇପାରିଛି। ଜାତୀୟ ମଞ୍ଚରେ ଓଡ଼ିଶାର ଉଲ୍ଲେଖନୀୟ ଉପଲବ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଜଳ ଶକ୍ତି…

Read More