Author: TRUPTIMAYEE SAHOO

ଦକ୍ଷିଣ ଓଡ଼ିଶାର ସୀମାନ୍ତ ଜିଲ୍ଲା ମାଲକାନଗିରିରେ ବନ୍ୟପ୍ରାଣୀ ଚୋରା ଚାଲାଣକାରୀଙ୍କ ବିରୋଧରେ ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଗୁଇନ୍ଦା ସୂଚନା ଆଧାରରେ ବନ ବିଭାଗ ଟିମ୍ ଅତର୍କିତ ଚଢ଼ାଉ କରି ଏକ ଦ୍ରୁତଗାମୀ ଅଟୋରିକ୍ସାରୁ ବିପୁଳ ପରିମାଣର କଇଁଛ ଉଦ୍ଧାର କରିବା ସହ ଏକ ଆନ୍ତଃରାଜ୍ୟ ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କରିଛି। ପାଟ୍ରୋଲିଂ ବେଳେ ଅଟୋ ଭିତରେ ବସ୍ତା ଓ ପ୍ଲାଷ୍ଟିକ୍ ବକ୍ସରେ ବନ୍ଧା ହୋଇ ରଖାଯାଇଥିବା ମୋଟ ୧୫୫ଟି ଜୀବନ୍ତ ବିରଳ ପ୍ରଜାତିର ଫ୍ଲାପ୍-ସେଲ୍ (Flap-shell) କଇଁଛ ଜବତ କରାଯାଇଛି। ବନ କର୍ମଚାରୀଙ୍କୁ ଦେଖି ଅଟୋ ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିବା ବେଳେ ବନ ବିଭାଗ ଗାଡ଼ିଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତାମସା ନିକଟରେ ଅତର୍କିତ ଯାଞ୍ଚ ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ବନଖଣ୍ଡ ଅଧୀନ ତାମସା ଗ୍ରାମ ନିକଟସ୍ଥ ରାସ୍ତାରେ ବେଆଇନ ଭାବେ…

Read More