Author: TRUPTIMAYEE SAHOO

ଓଡ଼ିଶାରେ ଆଗାମୀ ପଞ୍ଚାୟତ ତଥା ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ, ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ (SEC) ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ଷ ବର୍ଷ ଧରି ଭୋଟର ତାଲିକାରେ ଲାଗିରହିଥିବା ୱାର୍ଡ ବିଭ୍ରାଟ, ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିବା ଏବଂ ଗୋଟିଏ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ବୁଥ୍‌ରେ ବିଭକ୍ତ ହୋଇ ରହିବା ଭଳି ଗୁରୁତର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜଧାନୀ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ପାଇଲଟ୍ ଡୋର୍-ଟୁ-ଡୋର୍ (ଘରକୁ ଘର ବୁଲି) ସର୍ଭେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଭିଯାନ ଆରମ୍ଭ କରାଯାଇଛି, ଯାହା ମାଧ୍ୟମରେ ସହରାଞ୍ଚଳ ତଥା ଗ୍ରାମାଞ୍ଚଳ ନିର୍ବାଚନୀ ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆସିବାକୁ ଯାଉଛି। ରାଜଧାନୀର ୩ଟି ବିଧାନସଭା କ୍ଷେତ୍ରର ୩ଟି ୱାର୍ଡରୁ ପାଇଲଟ୍ ପ୍ରକଳ୍ପ…

Read More