Author: TRUPTIMAYEE SAHOO

ଚେନାବ ନଦୀର ଅତିରିକ୍ତ ଜଳକୁ ବ୍ୟାସ ବେସିନକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଜୁଲାଇ ୩୧, ୨୦୨୯ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି । ପ୍ରାୟ ୨,୩୫୨କୋଟି ମୂଲ୍ୟର ବ୍ୟୟ ବରାଦରେ ଏହି ଚେନାବ-ବ୍ୟାସ ଲିଙ୍କ ଟନେଲ ପ୍ରକଳ୍ପ ହିମାଚଳ ପ୍ରଦେଶର ଲାହୌଲ-ସ୍ପିତି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏହି ୮.୭ କିଲୋମିଟର ଲମ୍ବା ସୁଡ଼ଙ୍ଗ ମାଧ୍ୟମରେ, ଚେନାବ ନଦୀର ଅତିରିକ୍ତ ଜଳକୁ ବ୍ୟାସ ବେସିନ ପ୍ରଣାଳୀ ଆଡକୁ ମୋଡ଼ା ଯିବ ; ଯାହା ଦ୍ଵାରା ପାକିସ୍ତାନକୁ ପ୍ରବାହିତ ଜଳର ପରିମାଣ ହ୍ରାସ ପାଇବ । ସୂଚନା ଅନୁଯାୟୀ ଚେନାବ ଏକ “ପଶ୍ଚିମ ନଦୀ”, ଯାହା ଉପରେ ଭାରତ ପୂର୍ବରୁ ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ କେବଳ ସୀମିତ ଅଧିକାର ରଖିଥିଲା । ତଥାପି, ଗତ ବର୍ଷ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଏହି ଚୁକ୍ତିନାମାର ସର୍ତ୍ତାବଳୀ ପରିବର୍ତ୍ତନ କରିବାକୁ ପ୍ରଭାବଶାଳୀ ଭାବରେ ପଦକ୍ଷେପ ନେଇଛି…

Read More