Author: TRUPTIMAYEE SAHOO

ଲୋକତନ୍ତ୍ରର ମୂଳ ଆଧାର ହେଉଛି ଭୋଟର ତାଲିକା। ଏହା ଯେତେ ସଠିକ୍, ସ୍ୱଚ୍ଛ ଓ ସମାବେଶୀ, ଲୋକତନ୍ତ୍ର ସେତେ ସୁଦୃଢ଼ । ଭୋଟର ତାଲିକାରେ ଗୋଟିଏ ନାମ ଥିବା କେବଳ ଏକ ପ୍ରଶାସନିକ ଅଭ୍ୟାସ ନୁହେଁ; ଏହା ଗୋଟିଏ ନାଗରିକର ରାଜ୍ୟ ସହିତ ସମ୍ପର୍କର ସ୍ୱୀକୃତି। ସେହିପରି, ଭୋଟର ତାଲିକାରେ ନାମ ହଟିଯିବା କିମ୍ବା ସନ୍ଦେହାସ୍ପଦ ହୋଇଯିବା ଗୋଟିଏ ନାଗରିକ ପାଇଁ କେବଳ ଆଇନଗତ ଅସୁବିଧା ନୁହେଁ, ଏହା ଲୋକତନ୍ତ୍ରରୁ ବାହାରେ ଠେଲିଦିଆଯିବା ସମାନ। ଏହି ପରିପ୍ରେକ୍ଷିତରେ, ଭାରତର ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ-ଏସଆଇଆର (SIR) ପୂର୍ବରୁ ଓଡ଼ିଶାରେ କାର୍ଯ୍ୟକାରୀ ହୋଇନଥିଲେ ମଧ୍ୟ, ଏବେ ତାହାର ପୂର୍ବପଦକ୍ଷେପ ଭାବେ “ପ୍ରି-ଏସଆଇଆର” କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଏକ ନିରବ କିନ୍ତୁ ଦୂରଗାମୀ ପରିବର୍ତ୍ତନ—ଯାହାର ପ୍ରଭାବ ଆଗାମୀ ନିର୍ବାଚନ ଓ ଓଡ଼ିଶାର ରାଜନୈତିକ ପରିଦୃଶ୍ୟରେ ସ୍ପଷ୍ଟ ଭାବେ ପଡ଼ିପାରେ। ଏସଆଇଆର ଓ ପ୍ରି-ଏସଆଇଆର: ଏକ…

Read More