Author: TRUPTIMAYEE SAHOO

କେବଳ ଶିକ୍ଷା ଦେବା ହେଉଛି ଶିକ୍ଷାନୁଷ୍ଠାନର ଏକମାତ୍ର ଦାୟିତ୍ୱ ନୁହେଁ । ବିଶେଷକରି ଯେଉଁ ଆବାସିକ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନେ ଘରଠାରୁ ଦୂରେ ରହି ପାଠ ପଢ଼ୁଛନ୍ତି ସେଠାରେ ସୁରକ୍ଷା, ନିରାପତ୍ତା, ମର୍ଯ୍ୟାଦା ଓ ଗୋପନୀୟତା ଶିକ୍ଷା ଠାରୁ ବି କମ୍ ଗୁରୁତ୍ୱର ନୁହେଁ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଜାତି ଆବାସିକ ସ୍କୁଲଗୁଡ଼ିକ ପାଇଁ ଜାରି ହୋଇଥିବା କଠୋର ନିର୍ଦ୍ଦେଶନାମା କେବଳ ଏକ ପ୍ରଶାସନିକ ପଦକ୍ଷେପ ନୁହେଁ; ଏହା ଗତ କିଛିବର୍ଷ ଧରି ଜମା ହୋଇଥିବା ଅନୀତି, ଅବହେଳା ଓ ମନମୁଖୀ କାର୍ଯ୍ୟର ଉପରେ ଏକ ସିଧାସଳଖ ଆଘାତ। ଜନଜାତି ଆବାସିକ ସ୍କୁଲ ବିଶେଷକରି ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲ (EMRS), କସ୍ତୁରବା ଗାନ୍ଧି ବାଳିକା ସ୍କୁଲ, କନ୍ୟାଶ୍ରମ ସ୍କୁଲ, ଅନ୍ୱେଷା ଓ ଆକାଂକ୍ଷା ଯୋଜନା—ଏସବୁ ଯୋଜନାର ମୂଳ ଉଦ୍ଦେଶ୍ୟ ଥିଲା ଜନଜାତି ଓ ଅନୁସୂଚିତ ଜାତିର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ସୁରକ୍ଷିତ ଆବାସିକ ପରିବେଶ ଦେବା…

Read More