Author: TRUPTIMAYEE SAHOO

ଲୋକତନ୍ତ୍ରରେ ପୋଲିସ କେବଳ ଆଇନ ରକ୍ଷାକାରୀ ସଂସ୍ଥା ନୁହେଁ; ଏହା ରାଜ୍ୟର ନୀତିଗତ ମେରୁଦଣ୍ଡ। ଯେଉଁ ପୋଲିସ ଉପରେ ସାଧାରଣ ନାଗରିକ ନ୍ୟାୟ ଓ ସୁରକ୍ଷା ପାଇଁ ଭରସା କରନ୍ତି, ସେହି ପୋଲିସର ନିଯୁକ୍ତି ପ୍ରକ୍ରିୟା ଯଦି ଜାଲିଆତି, ଦଲାଲି ଓ ଶକ୍ତିଶାଳୀ ସଂଯୋଗର ଦାଗରେ ଦୂଷିତ ହୋଇଯାଏ, ତେବେ ସେ ଭରସା ଭାଙ୍ଗିପଡ଼େ। ଓଡ଼ିଶାର ପୋଲିସ ଏସ୍‌ଆଇ (Sub-Inspector) ନିଯୁକ୍ତି କେଲେଙ୍କାରୀ ଏମିତି ଏକ ଘଟଣା—ଯାହା କେବଳ ଏକ ପରୀକ୍ଷା ଜାଲିଆତି ନୁହେଁ ବରଂ ସମଗ୍ର ପୋଲିସ ବ୍ୟବସ୍ଥାର ନୀତିଗତ ସଙ୍କଟକୁ ସାମ୍ନାକୁ ଆଣିଛି। ଏହି ମାମଲାରେ ତଦନ୍ତକାରୀ Central Bureau of Investigation (CBI) ସିବିଆଇ ହସ୍ତଗତ କରିଥିବା ଡିଜିଟାଲ ପ୍ରମାଣ ଓ ମୋବାଇଲ ତଥ୍ୟ ଯାହା ସୂଚିତ କରୁଛି, ତାହା ଅତ୍ୟନ୍ତ ଗମ୍ଭୀର। ୩୨ଟି ମୋବାଇଲ ଫୋନର ଡାଟା—ଯେଉଁଥିରେ ରହିଛି ୨୨ଜଣ ପରୀକ୍ଷାର୍ଥୀ ଓ ୧୦ଟି ମୋବାଇଲ ଦଲାଲମାନଙ୍କ ଡାଟା । ଏହା ତଦନ୍ତର ଦିଗକୁ ପୂରାପୂରି…

Read More