Author: TRUPTIMAYEE SAHOO

ପରିବର୍ତ୍ତନର ଆଶା ଓ ଆଶଙ୍କା ଭିତରେ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ଏକ ବଡ଼ ଧରଣର ପରିବର୍ତ୍ତନ ପାଇଁ ମୋହର ମାରିଲେ । ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇ ବିଜେପି କ୍ଷମତାକୁ ଆସିବା ପଛରେ ସବୁଠାରୁ ବଡ଼ କାରଣ ଥିଲା— ପ୍ରଶାସନିକ ସ୍ୱେଚ୍ଛାଚାରିତା ଏବଂ ଅଣ-ଓଡ଼ିଆ ଅଫିସରରାଜ ବିରୋଧରେ ଜନଅସନ୍ତୋଷ। ନିର୍ବାଚନ ପରେ କ୍ଷମତାକୁ ଆସିଥିବା ନୂତନ ବିଜେପି ସରକାର ନିଜକୁ ‘ଲୋକଙ୍କ ସରକାର’ ବୋଲି ପ୍ରଚାର କରି ଆସୁଛି। ମାତ୍ର ସରକାର ଗଢ଼ିବାର କିଛିମାସ ପରେ ପ୍ରଶାସନିକ ସ୍ତରରେ ଯେଉଁସବୁ ନିଷ୍ପତ୍ତି ନିଆଯାଉଛି, ତାହାକୁ ଦେଖିଲେ ମନରେ ସ୍ୱତଃ ପ୍ରଶ୍ନ ଉଠୁଛି— ଏହା ପରିବର୍ତ୍ତନ ନା ନୂଆ ବୋତଲରେ ପୁରୁଣା ମଦ? ଯେଉଁ ପବ୍ଲିକ ସର୍‍ଭାଣ୍ଟ ଆଇଏଏସମାନେ ଗତ ସରକାର ସମୟରେ ‘ଅଘୋଷିତ ମୁଖ୍ୟମନ୍ତ୍ରୀ’ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ସରକାରୀ ନିୟମକୁ ଜଳାଞ୍ଜଳି ଦେଇଥିଲେ, ଆଜି ସେମାନଙ୍କୁ ଦଣ୍ଡ ମିଳିବା ପରିବର୍ତ୍ତେ ପୁରସ୍କାର…

Read More