Author: TRUPTIMAYEE SAHOO

ଦିଲ୍ଲୀ ଦଙ୍ଗା ମାମଲାରେ ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ଅସ୍ୱୀକାର କରିଛନ୍ତି । ତେବେ ଏହି ମାମଲାର ଅନ୍ୟ ଅଭିଯୁକ୍ତ — ଗୁଲଫିଶା ଫାତିମା, ମୀରାନ ହାଇଦର, ଶିଫା-ଉର-ରେହମାନ, ମହମ୍ମଦ ସଲିମ ଖାନ ଓ ଶାଦାବ ଅହମ୍ମଦଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଅରବିନ୍ଦ କୁମାର ଏବଂ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଏହି ରାୟ ପରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଓ ବିଜେପି ନେତା କପିଲ ମିଶ୍ରା ଅଭିଯୁକ୍ତଙ୍କ ପକ୍ଷରେ ଲଢୁଥିବା ଓକିଲମାନଙ୍କୁ ଟାର୍ଗେଟ କରି କଟୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତମାନଙ୍କୁ ରକ୍ଷା କରିବା ପାଇଁ ଦେଶର କିଛି ପ୍ରମୁଖ ବରିଷ୍ଠ ଓକିଲ କୋର୍ଟରେ ହାଜର ହୋଇଥିଲେ ଏବଂ ବିଭିନ୍ନ ରାଜନୈତିକ ମହଳରୁ ସେମାନଙ୍କୁ ସମର୍ଥନ ମିଳିଥିଲା। କପିଲ ମିଶ୍ରା କହିଛନ୍ତି—“ସୁପ୍ରିମକୋର୍ଟର ଏହି ନିଷ୍ପତ୍ତି ସ୍ପଷ୍ଟ କରୁଛି…

Read More