Author: TRUPTIMAYEE SAHOO

କାଶ୍ମୀରର ଇତିହାସ, ସେଠାକାର ଜନସଂଖ୍ୟା ଢାଞ୍ଚା ଏବଂ ଧର୍ମାନ୍ତରଣକୁ ନେଇ ଦେଶର ରାଜନୈତିକ ତଥା ବୌଦ୍ଧିକ ମହଲରେ ପୁଣି ଥରେ ତୀବ୍ର ବିତର୍କ ଆରମ୍ଭ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା ତଥା ଜଣାଶୁଣା ରାଜନୈତିକ ସମୀକ୍ଷକ ଦିଲ୍ଲୀପ ମଣ୍ଡଳ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଚର୍ଚ୍ଚିତ ପୁସ୍ତକ ‘ଡିସକଭରୀ ଅଫ୍ ଇଣ୍ଡିଆ’ (ଭାରତ କି ଖୋଜ୍) ର ଉଦାହରଣ ଦେଇ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ତାଙ୍କ ଦାବି ଅନୁସାରେ, ସ୍ୱାଧୀନତା ସମୟରେ କାଶ୍ମୀରର ଏକ ବଡ଼ ସଂଖ୍ୟକ ମୁସଲମାନ ସମୁଦାୟ ପୁନର୍ବାର ହିନ୍ଦୁ ଧର୍ମକୁ ଫେରିବା ପାଇଁ (‘ଘର ବାହୁଡ଼ା’) ଇଚ୍ଛା ପ୍ରକାଶ କରିଥିଲେ, ମାତ୍ର ବନାରସ (କାଶୀ) ର ପଣ୍ଡିତମାନଙ୍କ ରକ୍ଷଣଶୀଳ ତଥା ଅତି-ଶୁଦ୍ଧତାବାଦୀ ମନୋଭାବ ଯୋଗୁଁ ତାହା ସମ୍ଭବ ହୋଇପାରିନଥିଲା। ଏହାକୁ ସେ ଏକ ‘ଐତିହାସିକ ଭୁଲ୍’ ବୋଲି ଅଭିହିତ କରିବା ସହ ପରବର୍ତ୍ତୀ ସମୟରେ ନେହରୁଙ୍କ ତୁଷ୍ଟୀକରଣ…

Read More