Author: TRUPTIMAYEE SAHOO

ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନକୁ ଯାତାୟାତ କରୁଥିବା ଦୈନିକ ହଜାର ହଜାର ଯାତ୍ରୀ, ଅଟୋରିକ୍ସା ଓ କ୍ୟାବ୍ ଚାଳକଙ୍କ ପାଇଁ ଏକ ବଡ଼ ଆଶ୍ୱାସନାଜନକ ଖବର ସାମ୍ନାକୁ ଆସିଛି। ଷ୍ଟେସନର ଚାଲିଥିବା ବିଶ୍ୱସ୍ତରୀୟ ପୁନଃବିକାଶ କାର୍ଯ୍ୟ ସହିତ ତାଳ ଦେଇ ଏହାର ମୁଖ୍ୟ ସଂଯୋଗକାରୀ ରାସ୍ତାର ରୂପରେଖ ବଦଳାଇବାକୁ ରାଜ୍ୟ ପୂର୍ତ୍ତ ବିଭାଗ ଅଣ୍ଟା ଭିଡ଼ିଛି। ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଭୁବନେଶ୍ୱର ରେଳ ଷ୍ଟେସନର ମୁଖ୍ୟ ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ରାସ୍ତାର ବ୍ୟାପକ ସ୍ୱତନ୍ତ୍ର ମରାମତି ତଥା ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯାଉଛି। ଏହି କାର୍ଯ୍ୟ ଶେଷ ହେବା ପରେ ଯାତ୍ରୀମାନେ ବିନା କୌଣସି ଝଞ୍ଜଟରେ ସହଜରେ ଷ୍ଟେସନ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। କାହିଁକି ଜରୁରୀ ଥିଲା ଏହି ସ୍ୱତନ୍ତ୍ର ମରାମତି? ଭୁବନେଶ୍ୱର ରେଳ ଷ୍ଟେସନ ରାଜ୍ୟର ଅନ୍ୟତମ ବ୍ୟସ୍ତବହୁଳ ରେଳ ଟର୍ମିନାଲ୍ ହୋଇଥିବାରୁ ପ୍ରତିଦିନ ଏଠାକୁ ପ୍ରାୟ ୭୦ରୁ ୮୦ ହଜାର ଯାତ୍ରୀ ଏବଂ…

Read More